ଅହିଂସାକୁ ଭଲପାଅ
ଅହିଂସାକୁ ଭଲପାଅ


ଭଲପାଅ ଭଲପାଅ ପିଲେ
ଅହିଂସାକୁ ସବୁ ଭଲପାଅ,
ଗାନ୍ଧୀଙ୍କର ମହାନ ନୀତିକୁ
ହୃଦୟରେ ନେଇ ବୋଳିଦିଅ l(1)
ଏ ନୀତି ଯୋଗୁଁ ଆମର ଦେଶ
ହୋଇଥିଲା ଦିନେ ସ୍ୱାଧୀନ,
କେତେ ଲାଠି ମାଡ଼ ଫାଶୀ ପାଇ
ଦେଇଥିଲେ ନିଜର ଜୀବନ l2)
ଗାନ୍ଧିଜୀଙ୍କ ନୀତି ଆଦର୍ଶକୁ
କରିଲେ ସବୁବେଳେ ପାଳନ,
ଯେତେ ବାଧା ବିଘ୍ନ ଆସିଲେ ବି
&n
bsp; କରିପାରିବା ଆମେ ଦମନ l (3)
କାମ, କ୍ରୋଧ, ହିଂସା ଯେତେ ଗୁଣ
ଆମର ଆସୁରିକ ପ୍ରକୃତି,
ବଦଗୁଣ ଠାରୁ ମୁକ୍ତ ହେଲେ
ଜୀବନରେ କରିବ ଉନ୍ନତି l(4)
ଧୀରେ କୁହ, ମିଠା ଓ କମ କୁହ
ଜିତି ପାରିବ ସବୁରି ହୃଦୟ,
ତୁମର ଜୀବନ ସାର୍ଥକ ହୋଇବ
ସବୁଠାରେ କରିବ ବିଜୟ l(5)