ମୋ ପିଲାଦିନ
ମୋ ପିଲାଦିନ


ହାତ ଠାରି ଡାକେ ମୋ ପିଲାଦିନ
ହସ ଖୁସିରେ ସମୟ
ହେଉଥିଲା ଅତିବାହିତ
କହେ ମନ ବାର ବାର
ଫେରି ଆସନ୍ତା କି ସେ ଅଫେରା ଅତୀତ ।।
ସଭିଙ୍କ ସ୍ନେହ ବୋଳା ଭଲ ପାଇବା
ତା ସହି ଥାଏ ମା ର ତାଗିଦ୍
ସବୁ ଟଳି ଯାଏ ବାପାଙ୍କ ଆଗରେ
ସବୁ ଅଭିମାନ ଆଉ ସବୁ ଜିଦ୍ ।।
ସାଙ୍ଗ ସାଥୀ ମେଳେ ସେ ବାଲିଘର
କଣ୍ଢେଇ ରାଜା ସହ କଣ୍ଢେଇ ରାଣୀର ହୁଏ ବାହାଘର ।।
ବୋହୁ ଚୋରି ସାଙ୍ଗକୁ କବାଡ଼ି ଖେଳ
ଫେରି ଆସିବ କି ଆଉ ସେ ବେଳ ।।
ଅନ୍ଧାରକୁ ଦେଖି ମା ପଣତେ ଲୁଚିବା
ଗାଳି କଲେ କିଏ ଆଖ୍ ରୁ ଲୁହ ଝରିବା
ଆଉ କି ଫେରି ବି ସେଇ ସମୟ
ଭାବିଲେ ଲାଗେ ସତେ ପୂର୍ବ ଆକାଶ ଦିଗ୍ ବଳୟ ।।