STORYMIRROR

Monalisha Panda

Classics Others Children

3  

Monalisha Panda

Classics Others Children

ମୋ ପିଲାଦିନ

ମୋ ପିଲାଦିନ

1 min
260

ହାତ ଠାରି ଡାକେ ମୋ ପିଲାଦିନ

ହସ ଖୁସିରେ ସମୟ 

ହେଉଥିଲା ଅତିବାହିତ

କହେ ମନ ବାର ବାର

ଫେରି ଆସନ୍ତା କି ସେ ଅଫେରା ଅତୀତ ।। 

ସଭିଙ୍କ ସ୍ନେହ ବୋଳା ଭଲ ପାଇବା

ତା ସହି ଥାଏ ମା ର ତାଗିଦ୍

ସବୁ ଟଳି ଯାଏ ବାପାଙ୍କ ଆଗରେ

ସବୁ ଅଭିମାନ ଆଉ ସବୁ ଜିଦ୍ ।। 

ସାଙ୍ଗ ସାଥୀ ମେଳେ ସେ ବାଲିଘର

କଣ୍ଢେଇ ରାଜା ସହ କଣ୍ଢେଇ ରାଣୀର ହୁଏ ବାହାଘର ।।

ବୋହୁ ଚୋରି ସାଙ୍ଗକୁ କବାଡ଼ି ଖେଳ

ଫେରି ଆସିବ କି ଆଉ ସେ ବେଳ ।। 

ଅନ୍ଧାରକୁ ଦେଖି ମା ପଣତେ ଲୁଚିବା

ଗାଳି କଲେ କିଏ ଆଖ୍ ରୁ ଲୁହ ଝରିବା 

ଆଉ କି ଫେରି ବି ସେଇ ସମୟ

ଭାବିଲେ ଲାଗେ ସତେ ପୂର୍ବ ଆକାଶ ଦିଗ୍ ବଳୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics