ଗାନ୍ଧୀଜୀ ଓ ପିସ୍ତଲ
ଗାନ୍ଧୀଜୀ ଓ ପିସ୍ତଲ


ଗାନ୍ଧୀଜୀଙ୍କ ସତ୍ୟ ସଦଗୁଣ, ବୁଦ୍ଧି ଜାଣିଲେ ଆଫ୍ରିକାବାସୀ,
ଗାନ୍ଧୀଙ୍କର ପ୍ରିୟହେଲେ ହରମନ ଥିଲେ ସେ ଜର୍ମାନୀବାସୀ |
ବନ୍ଧୁ ହୋଇଗଲେ ଏକାଠି ରହିଲେ ମିଶିଗଲା ଦୁଇମନ,
ଗାନ୍ଧୀଙ୍କର ହତ୍ୟା ଷଡଯନ୍ତ୍ର କଥା ଶୁଣିଦେଲେ ହରମନ |
ଗାନ୍ଧୀଙ୍କ ସହିତ ବୁଲି ବାହାରିଲେ ଅହିଂସା ପ୍ରଚାର ପାଇଁ,
ସୁରକ୍ଷା ଚିନ୍ତାରେ ଲୁଚାଇ ରଖିଲେ ପିସ୍ତଲ ଗୋଟିଏ ନେଇ |
ପିସ୍ତଲକୁ ଦେଖି ଗାନ୍ଧୀ ପଚାରିଲେ ଏଇଟା କଅଣ ହେବ ?
ଉତ୍ତର ପାଇଲେ ଆକ୍ରମଣ ହେଲେ ପିସ୍ତଲ ଜବାବ ଦେବ |
&n
bsp;
ହସିଲେ ଗାନ୍ଧୀଜୀ କହିଲେ ବନ୍ଧୁ ହେ, ଆତ୍ମା ହେଉଛି ଅମର,
ଅହିଂସାର ଆମେ ପୂଜାରୀ ହୋଇଛୁ ମରିବ ଦିନେ ଶରୀର |
ରକ୍ତପାତ ସ୍ଥାନ ନାହିଁ ଅହିଂସାରେ ମାରିଲେ ମରିବି ମୁହିଁ,
ଶତୃ ଆକ୍ରମଣେ ସମ୍ମୁଖୀନ ହେବି ପିସ୍ତଲ ଫୁଟିବ ନାହିଁ |
ଫିଙ୍ଗିଦିଅ ଏହି ହିଂସାର ଅସ୍ତ୍ରକୁ ଆଉ ଯାହାଅଛି ଯେତେ,
ମୋପାଇଁ କେ ଜଣେ ମରିଯିବ ଯଦି କ୍ଷମା କରିବିନି ମୋତେ |
ବୁଝିଗଲେ ବନ୍ଧୁ ପିସ୍ତଲକୁ ଫିଙ୍ଗି ଗାନ୍ଧୀଙ୍କୁ ମାଗିଲେ କ୍ଷମା,
ଗାନ୍ଧୀଜୀ କହିଲେ ମରିବା ପଛକେ ହିଂସା କରିବାନି ଜମା |