STORYMIRROR

Mishra Manasi

Children

4  

Mishra Manasi

Children

ସୁସ୍ଥ ପରିସ୍ଥାନ ଆମ ସୁରକ୍ଷା

ସୁସ୍ଥ ପରିସ୍ଥାନ ଆମ ସୁରକ୍ଷା

1 min
176

ଜଗତକରତା ବିଶ୍ଵକାରୀଗର

ସୁନ୍ଦର ଧରା ଗଢ଼ିଲେ

ନର ପଶୁ ପକ୍ଷୀ ପତଙ୍ଗ ଜଙ୍ଗମ

ପାଦପ ସବୁ ଖଞ୍ଜିଲେ ।


କୋଇଲି କଣ୍ଠରେ ଭରିଲେ କୁହୁକ

ଫୁଲରେ ଦେଲେ ମହକ

ସସାଗରା ଧରା ସୁନ୍ଦର ଦିଶିଲା

ପାଇ ସୂରୁଜ ଆଲୋକ ।


କୁଳୁ କୁଳୁ ଗାଇ ଵହିଲା ଝରଣା

ଵନଗିରି ଗ୍ରାମପଥ

ନୈସର୍ଗିକ କାନ୍ତି ସୁଷମା ଭଣ୍ଡାରେ

ପୁରିଲା ଜୀଵଜଗତ ।


ଶଶାଙ୍କ ଢାଳିଲା ଶୀତଳ କିରଣ

ସମୀର ବହିଲା ଧୀର

ସୁଜଳା ସୁଫଳା ଶ୍ୟାମଳା ଧରଣୀ

ଖାଦ୍ୟ ଶସ୍ୟେ ଭରପୁର ।


ନିଜ ସ୍ୱାର୍ଥ ପାଇଁ ଆମେ ହେଲୁ ବାଇ

ନଜାଣିଲୁ ଭଲମନ୍ଦ

ପ୍ରକୃତିର ଶୋଭା ସମ୍ପଦ ହରିଲୁ 

ନିଜେ ଖୋଳି ନିଜ ଗାତ ।


ଆମ ପରିସ୍ଥାନ ଏଇ ଭୂମଣ୍ଡଳ

ଥିଲା ଦିନେ ସନ୍ତୁଳିତ

ପ୍ରକୃତି ବିରୋଧୀ କଲୁ ବୃକ୍ଷ ଛେଦି

ମାଟି ପାଣି ପ୍ରଦୂଷିତ ।


ପ୍ରତିବର୍ଷ ଵାତ୍ୟା ବନ୍ୟା ବିପତ୍ତି

ଜାତି ଜାତି ରୋଗ ସୃଷ୍ଟି

କେଵେ ପ୍ରଳୟ ଭୟଙ୍କରୀ ବର୍ଷା

କେଵେ ହୁଏ ଅନାଵୃଷ୍ଟି ।


ଅହି କବଳରେ ପଡିଣ ମଣ୍ଡୁକ

ଉହୁଁ କି କଙ୍କିକୁ ଗିଳେ

ମୃତ୍ୟୁ ଫାଶେ ସେଇମତେ ଗୋଡଵାନ୍ଧି

ପଡ଼ିଛୁ ସ୍ୱାର୍ଥ କବଳେ ।


ବେଳ ଥାଉଥାଉ ବନ୍ଧ ବାନ୍ଧିବାକୁୄୄ

ହୁଅ ତୁହି ସଚେତନ

ନିରାମୟ ହେବ ଆମରି ଜୀଵନ

ସୁସ୍ଥ ହେଲେ ପରିସ୍ଥାନ ।।।



Rate this content
Log in

Similar oriya poem from Children