ଶିଶୁ ପ୍ରାର୍ଥନା
ଶିଶୁ ପ୍ରାର୍ଥନା
ପାଦତଳେ କରେ ବିନତି
ଆହେ ଜଗତନାଥ,
ତୁମ ପାଖେ ଆମେ ଅଜ୍ଞାନୀ
ପୁଣି ଅଟେ ବାଳୁତ ।
ଯୋଡହସ୍ତେ କରୁ ଗୁହାରି
ଶୁଣ ଆହେ ମଣିମା,
କି ମହାମାରୀ ଆସିଲା
ସଂସାରରୁ ଯାଏନା ।
ଶିକ୍ଷାନୁଷ୍ଠାନ ଆମର
ଯାଇ ପାରୁନୁ ଆମେ,
ଜୀବାଣୁର ଡର ରହିଛି
ଏହା ଥିଲାକି କର୍ମେ ।
ଜୀବନ ହେଲାଣି ଦୁର୍ବିଶଃ
ଭବିଷ୍ୟତ ଅନ୍ଧାର,
ବର୍ତ୍ତମାନ ଯାଏ ଉଜୁଡ଼ି
ଟିକେ ଦିଅ ନଜର ।
କେତେଦିନ ବନ୍ଦୀ ଜୀବନ
ଆଉ କାଟିବୁ କୁହ,
ମୌନ କାହିଁକି ରହିଛ
ଥରେ ଉତ୍ତର ଦିଅ ।
ତୁମବିନା କିଏ ଶୁଣିବ
କୁହ ଦୁଃଖ ଆମର,
ଦୋଷଥିଲେ କ୍ଷମା କରିବ
ହେବନାହିଁ ନିଷ୍ଠୁର ।
ମହାମାରୀ ଦିଅ ଦୁରେଇ
ସ୍ୱଛ କର ସଂସାର,
ସଚଳ ହେଉ ଏ ଜଗତ
ପୁଣି ପୂର୍ବ ପ୍ରକାର ।
