ଆମ ପରିବେଶ ରଖିବା ସଫା
ଆମ ପରିବେଶ ରଖିବା ସଫା
ଆମ ପରିବେଶ ରଖିବା ସଫା
କରିବାନି ତାକୁ ମଇଳା କେବେ
ଏଇ ଭାରତର ନଗର ପଲ୍ଲୀରେ
ସବୁଠି ଆଦର ଲଭିବା ତେବେ ll
ଆମ ପରିବେଶ ରଖିବାକୁ ସଫା
ଆମର ଦାୟୀତ୍ୱ ଅଟଇ ଭାଇ
ସହଭାଗିତାରେ ସହଯୋଗୀତାରେ
ସଭିଏଁ ହାତରେ ହାତ ମିଳାଇ ll
ଆମ ସ୍ୱାସ୍ଥ୍ୟ ଆମ ଶିକ୍ଷା-ସଂସ୍କୃତିର
ସାମାଜିକ ଅନୁଷ୍ଠାନର ଧାରେ
ସବୁଠି ଭରିବା ସ୍ୱଚ୍ଛ-ସବୁଜିମା
ଏ ଦେଶର ନଗର ପଲ୍ଲୀପୁରେ ll
ଆମ ଚତୁଃପାର୍ଶ୍ଵ ରଖିବା ସ୍ୱଚ୍ଛ
ସ୍ୱଚ୍ଛ ଆବାସରେ କରିବା ବାସ
ରୋଗ-ବ୍ୟାଧି ସବୁ ହୋଇବ ଦୂର
ସବୁରି ମୁହଁରେ ଫୁଟିବ ହସ ll
ରାସ୍ତା-ଘାଟ ଆଉ ଜନପଦର
କୋଣ ଅବା ଅନୁକୋଣର ଧାରେ
ସବୁଠି ଆଣିବା ସ୍ୱଚ୍ଛ ପରିମଳ
ପାଇଖାନାଟିଏ ବସାଇ ଘରେ ll
ଏ ଦେଶର ନଦୀ, ସରସୀ, ଜଳଧି
ଆବର୍ଜନା ମୁକ୍ତ ରଖିବା ସଦା
ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିବା ସବୁଠି
ଆସୁ ଯେତେ ବିଘ୍ନ ଆସୁରେ ବାଧା ll
ଗଢିବା ଆମେରେ ଆଦର୍ଶ ଭାରତ
ଚାଲିବା ସ୍ୱଚ୍ଛତାର ଅଭିମୁଖେ
ସ୍ୱଚ୍ଛ ଭାରତର ନାଗରିକ ଆମେ
ସଭିଏଁ ବଞ୍ଚିବା ପରମ ସୁଖେ ll
