STORYMIRROR

Kishore Nayak

Inspirational Children

4  

Kishore Nayak

Inspirational Children

ଆମ ପରିବେଶ ରଖିବା ସଫା

ଆମ ପରିବେଶ ରଖିବା ସଫା

1 min
166


ଆମ ପରିବେଶ ରଖିବା ସଫା 

         କରିବାନି ତାକୁ ମଇଳା କେବେ 

ଏଇ ଭାରତର ନଗର ପଲ୍ଲୀରେ 

         ସବୁଠି ଆଦର ଲଭିବା ତେବେ ll

ଆମ ପରିବେଶ ରଖିବାକୁ ସଫା 

          ଆମର ଦାୟୀତ୍ୱ ଅଟଇ ଭାଇ 

ସହଭାଗିତାରେ ସହଯୋଗୀତାରେ 

         ସଭିଏଁ ହାତରେ ହାତ ମିଳାଇ ll

ଆମ ସ୍ୱାସ୍ଥ୍ୟ ଆମ ଶିକ୍ଷା-ସଂସ୍କୃତିର 

          ସାମାଜିକ ଅନୁଷ୍ଠାନର ଧାରେ 

ସବୁଠି ଭରିବା ସ୍ୱଚ୍ଛ-ସବୁଜିମା 

         ଏ ଦେଶର ନଗର ପଲ୍ଲୀପୁରେ ll

ଆମ ଚତୁଃପାର୍ଶ୍ଵ ରଖିବା ସ୍ୱଚ୍ଛ 

         ସ୍ୱଚ୍ଛ ଆବାସରେ କରିବା ବାସ 

ରୋଗ-ବ୍ୟାଧି ସବୁ ହୋଇବ ଦୂର 

          ସବୁରି ମୁହଁରେ ଫୁଟିବ ହସ ll

ରାସ୍ତା-ଘାଟ ଆଉ ଜନପଦର 

       କୋଣ ଅବା ଅନୁକୋଣର ଧାରେ 

ସବୁଠି ଆଣିବା ସ୍ୱଚ୍ଛ ପରିମଳ 

         ପାଇଖାନାଟିଏ ବସାଇ ଘରେ ll

ଏ ଦେଶର ନଦୀ, ସରସୀ, ଜଳଧି 

         ଆବର୍ଜନା ମୁକ୍ତ ରଖିବା ସଦା 

ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିବା ସବୁଠି 

      ଆସୁ ଯେତେ ବିଘ୍ନ ଆସୁରେ ବାଧା ll

ଗଢିବା ଆମେରେ ଆଦର୍ଶ ଭାରତ 

        ଚାଲିବା ସ୍ୱଚ୍ଛତାର ଅଭିମୁଖେ 

ସ୍ୱଚ୍ଛ ଭାରତର ନାଗରିକ ଆମେ 

         ସଭିଏଁ ବଞ୍ଚିବା ପରମ ସୁଖେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational