STORYMIRROR

Krushna Chandra Lenka

Inspirational Children

4  

Krushna Chandra Lenka

Inspirational Children

ମଧୁବାବୁ

ମଧୁବାବୁ

1 min
503

'ଉତ୍କଳ ଗୌରବ' ନାମେ ପରିଚିତ,

"ମଧୁବାବୁ" ବୋଲି ଘରେ ଘରେ ଖ୍ୟାତ।


ଉତ୍କଳ ମାଟିର ପ୍ରଥମ ଓଡିଆ,

ଶିକ୍ଷା, ଓକିଲାତେ କେତେ ତା'ର ନାଆଁ।


କଟକ ଜିଲ୍ଲାର ସତ୍ୟଭାମାପୁରେ,

ଜନମିଲେ ସେତ ଏକ ପରିବାରେ।


ଦୁଇ ପତରରୁ ତୁଳସୀ ମହକ,

ଜଣା ପଡିଥାଏ ଯେମନ୍ତ ତା'ଭେକ।


ସେମନ୍ତ ସ୍ଵଭାବ ଥିଲା ପିଲାଦିନେ,

ଦେଖାଗଲା ସାରା ସମାଜ ନୟନେ।


ବାଳୁତ ବୟସେ ଧୂଳି ଖେଳ ଯା'ର ,

ହୋଇଥାଏ ସଦା ଅତି ଆପଣାର।


ସେ'କାଳେ ସେ ଶିଶୁ ଭାଳି ଗାଆଁ କଥା,

କଲା ଦୂର ସେତ ଗାଆଁ ଜନ ବ୍ୟଥା।


ଲୋକେ ହେଲେ କାବା ଦେଖି ତା' ସାହସ,

କହିଲେ ରଖିବ ଏତ ମାଟି ଯଶ।


କାନ୍ଦେ ଯା' ପରାଣ ଓଡ଼ିଆ ସକାଶେ,

ସୁଖେ ଦୁଃଖେ ସେତ ଥାଏ ତା'ର ପାଶେ।


ନିଜକୁ ସେ ମଣି ଓଡ଼ିଆ କୁମର,

ଗରବେ କହଇ ଓଡିଶା ମୋ'ଘର।


ଶେଷ ବିନ୍ଦୁ ରକ୍ତ ଥିବା ଯାଏ ମୁହିଁ,

ଲଢ଼ୁଥିବି ସଦା ଏ ଓଡ଼ିଶା ପାଇଁ।


ଏକ ସାଧାରଣ ଓଡ଼ିଆ ଯେମନ୍ତ,

ଚଳେ ମଧୁଦାସ ଜୀବନେ ସେମନ୍ତ।


ଢ଼ିଙ୍କି କୁଟା ପୋଷେ ଉଷୁନା ଚାଉଳ,

ଭଣ୍ଡା ସିଝା, ଶାଗ ଥିଲା ତା'ର ବଳ।


ଗାଈ ରଖି ଗୃହେ ନିଜେ ପିଇ ନୀର,

ଦୁଃଖୀ, ଦୀନ ଜନେ ବାଣ୍ଟଇ ସେ କ୍ଷୀର।


ତା'ର ଭାଷା ପ୍ରୀତି ବଳେ ଏଇ ଜାତି,

ଚାଲେ ଟେକି ମଥା ଫୁଲାଇଣ ଛାତି।


ଗରବେ ସେ'ପାଇଁ କହେ ମୁଁ ଓଡ଼ିଆ,

ମୋ ଭାଷା ଓଡ଼ିଆ ସବୁଠୁଁ ବଢିଆ।


'ସ୍ୱତନ୍ତ୍ର ଉତ୍କଳ' ରାଇଜ ଗଠନେ,

ପରମ ଭୂମିକା ଥିଲା ତା'ର ଦିନେ।


ଏ'ଓଡ଼ିଆ ଜାତି ପାଇଲା ତା' ମାନ,

ଏଦେଶେ ହୋଇଲା ତା'ର ଏକ ଥାନ।


'ଉତ୍କଳ ଟ୍ୟାନେରି' ଜୋତା କାରଖାନା,

ଗଢି ସେ ଦଳିତ ପାଇଁ ଦେଲେ ଦାନା।


କେତେ କେତେ ପଥେ ତାରେ ଗୁରୁ ମଣି,

ଶିଷ୍ୟ ରୂପେ ଗାନ୍ଧୀ ଶୁଣିଥା'ନ୍ତି ବାଣୀ।


ଆପଣା ଜୀବନେ ଲଗାଇଣ ତାହା,

ଦେଖାଇଲେ ଦେଶେ ଏକ ନବ ରାହା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational