ପାପ ପଞ୍ଜୁରୀରେ ପୁଣ୍ୟର ଶାରୀ
ପାପ ପଞ୍ଜୁରୀରେ ପୁଣ୍ୟର ଶାରୀ
ପାପ ପଞ୍ଜୁରୀରେ ପୁଣ୍ୟର ଶାରୀଟି
ବସି ବସି କାହିଁ କେତେ ଭାବୁଛି
ହରେ କୃଷ୍ଣ ହରେ କୃଷ୍ଣ ଡାକୁ ଅଛି
ପାପ ବଳୟରେ ହଜି ଯାଉଛି ।
ସର୍ବଶ୍ରେଷ୍ଠ ସୃଷ୍ଟି ମାନବ ଜୀବନ
ପ୍ରତିଟି ଅଙ୍ଗର ସ୍ଵତନ୍ତ୍ର ମାନ
ମାନ ହଜାଇ ଯେ ପଞ୍ଜୁରୀ ହୋଇଛି
ପାପ କାଳିମାରେ ଅତି ନିଉନ ।
ବିବେକ ବନ୍ଧିତ ପାପ ର ଚାପରେ
ତା କଥା ମନକୁ ଶୁଣା ଯାଉନି
ଅବିବେକିତାର ଲୁହା ଶିକୁଳି ରେ
ବିବେକର ଗଳା ହୋଇଛି ରୁନ୍ଧି ।
ପାପ ପଞ୍ଜୁରୀଟି ସଜାଇ ହୋଇଛି
ସମସ୍ତଙ୍କୁ ଆକର୍ଷିତ କରୁଛି
ଭିତରେ ମଇଳା ପାପ ପଙ୍କେ ଭରା
ଶାରୀ ଟିର ଗଳା ରୁଦ୍ଧ ହେଉଛି ।
ପଞ୍ଜୁରୀ ଭିତରେ ଶାରୀ ଦେଖୁଅଛି
ସବୁ କିଛି ହୁଏ ଦୁରୁପଯୋଗ
ହାତ କରୁନାହିଁ ସହଯୋଗ ପରା
କରୁନାହିଁ ସିଏ ପ୍ରଭୁଙ୍କୁ ଜପ ।
ଶାନ୍ତି ପ୍ରିୟ ଶାରୀ ଦେଖୁଛି ଭିତରୁ
ଅଶାନ୍ତ ଝଡରେ ପଞ୍ଚୁରୀ କ୍ଷୁର୍ଣ୍ଣ
ଶରୀର ପଞ୍ଜୁରୀ ଶାନ୍ତି ଖୋଜୁ ଅଛି
ଶାନ୍ତି ନିଜ ପାଖେ ରହିଛି ପୂର୍ଣ୍ଣ ।
ପ୍ରଭୁଦତ୍ତ ହସ୍ତ , ପଦ , ମନ , ଅବା
ଇନ୍ଦ୍ରିୟ କରୁନି ଉଚିତ୍ କାର୍ଯ୍ୟ
ସ୍ଵାର୍ଥ ଲାଳସାରେ ପାପ ଅରଜୁଛି
ପଞ୍ଜୁରୀ ହୋଇଛି ପାପରେ ସଜ ।
ପାପ ପଞ୍ଜୁରୀରେ ପୁଣ୍ୟ ଶାରୀଟିର
ଅନୀତି ରେ କଣ୍ଠ ରୁଦ୍ଧ ହେଉଛି
ମନ ଓ ଶରୀର ଶାନ୍ତି ଖୋଜୁ ଅଛି
ଅଶାନ୍ତି ର ରାସ୍ତା ବାଛି ନେଇଛି ।
ଆତ୍ମାର ଡାକ ତ କାନରେ ପଡ଼ୁନି
ମଣିଷ ପଣିଆ ହଜି ଯାଉଛି
ଆତ୍ମା ରୁପୀ ଶାରୀ ବାହୁନି କାନ୍ଦୁଛି
ମୁକ୍ତି ଦିନଟିକୁ ଚାହିଁ ରହିଛି ।
ଆତ୍ମା ଶାରୀ ଟିର ସତ୍ୟ, ପ୍ରେମ, ଶାନ୍ତି
ପବିତ୍ରତା ଅଟେ ମୂଳ ଆଧାର
ସେଇ ଆଧାରରେ ଶରୀର ପଞ୍ଜୁରୀ
ହୋଇଥାଏ ପରା ମହିମା ମୟ।
ଆତ୍ମା ର ଡାକରେ ଶରୀର ଚାଲିଲେ
ଆତ୍ମିକ ଶାନ୍ତିର ବରଷା ହେବ
ସେଇ ବରଷାରେ ପାପର କାଳିମା
ଧୋଇ ଯେ ମହିମା ମୟ ହୋଇବ ।
ପାପ ପଞ୍ଜୁରୀରେ ଶାନ୍ତି ଦରାଣ୍ଡିଲେ
ଉଦ୍ ବିଗ୍ନତା ମନ ରୁଦ୍ଧ କରିବ
ଅବିନାଶୀ ଆତ୍ମା ଡାକ ଶୁଣୁ ଥିଲେ
ଆତ୍ମ ସନ୍ତୋଷରେ ମନ ଭରିବ ।
ପାପ ପଞ୍ଜୁରୀ କୁ ପୁଣ୍ୟ କର୍ମ ସ୍ରୋତେ
ନିର୍ମଳ କରିବା ଆମରି କାମ
ପୁଣ୍ୟ ଶାରୀଟିକୁ ପୁଣ୍ୟ ପଞ୍ଜୁରୀରେ
ରଖିଦେଲେ ସିନା ବଢିବ ମାନ ।
ଶରୀର ହୋଇବ ପୁଣ୍ୟ ମନ୍ଦିରଟେ
ଶୁଭ ଶଙ୍ଖ ସଦା ବାଜୁ ଯେ ଥିବ
ଆତ୍ମାନନ୍ଦେ ମଜ୍ଜି ମଣିଷ ଜୀବନ
ମୁକତିର ପଥ ପାଇ ଯେ ଯିବ ।
