Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଜନ୍ମଦିନ

ଜନ୍ମଦିନ

1 min
318



ଶୁଭ ଲଗନ ଜନମ ଦିନ

ମନରେ ଭାବ ଥରେ ।

ନିଜେ ଦେଖିନ ଭୂଇଁ ଛୁଇଁଲ

ତୁମେ ଏଇ ଦିନରେ ।

କଅଁଳ ଶିଶୁ ଜନମ ଲଭି

କାନ୍ଦିଲ କୁଆଁ କୁଆଁ ।

ଯାହା ଦେଖିଲ ତୁମକୁ ସବୁ

ଲାଗିଲା ନୂଆ ନୂଆ ।

ମାଆ ପେଟରୁ ଜନମ ହୋଇ

ଆସିଲ ଏ ଧରାକୁ ।

ମାରିଲ ନାତ ପ୍ରଥମ କରି

ଏଇ ଧରା ମାଆକୁ ।

ଜନମ ଦିନ ହେଲା ପାଳନ

ସେହିଦିନ ଠାରୁ ତୁମ ।

ସଭିଙ୍କ ମନେ ଆନନ୍ଦ ଦେଲ

ଏକଥା ନୁହେଁ ଢମ ।

ଜନମ ଦିନ ଜନ୍ମ ନକ୍ଷତ୍ର

ଦିନକୁ ନେଇ ପାଳ ।

ସୁଗମ ହେଉ ଜୀବନ ତୁମ

ଲଭ ଅଶେଷ ଫଳ ।

ଯେତେ ବରଷ ହେଲା ତୁମକୁ

ମନରେ ତୁମେ ଭାବ ।

ଜୀବନେ କଲ କି ଉପଲବ୍ଧି

ଆଉ କିବା କରିବ  ।

ଏ ଜନମର ସଫଳତାର

ହିସାବ ନିଜେ କର ।

ପାଇଲ କିସ ପାଇବ କିସ

ମନେ ମନେ ବିଚାର  ।

କିଏ ସେ ତୁମେ ଆସିଲ କାହୁଁ

କେଉଁଠି ତୁମ ଘର ।

କିଏ ତୁମକୁ ଆଣିଲା ଏଥି

କେଉଁ ସମ୍ପର୍କ ତା'ର  ।

ତୁମ ସହିତ ରହିଛି ଥରେ

ମନରେ ତୁମ ଭାବ ।

ରଖ ମନରେ ତୁମେ ମାନବ

ଜନମର ଏ ଲାଭ ।

ଜନ୍ମଦିନକୁ ସଫଳ କର

ଜନମ ଯହିଁ ପାଇଁ ।

ହୋଇଲ ତୁମେ ଏ ଧରାଧାମେ

ପାଇବ ଏହି ଠାଇଁ  ।


Rate this content
Log in

Similar oriya poem from Inspirational