STORYMIRROR

Padmini Parida

Inspirational

4  

Padmini Parida

Inspirational

୭୭ତମ ସ୍ବାଧିନତା ଦିବସ

୭୭ତମ ସ୍ବାଧିନତା ଦିବସ

1 min
404

      ଜାଗରେ ଜାଗରେ ଭାରତବାସୀ

       ଉଠରେ ଉଠରେ ବୀର ସାହାସୀ ।

       ଜନ ଗଣ ଅଧିନାୟକ ରାଷ୍ଟଗୀତ

        ମୋ ମନରେ ପ୍ରାଣରେ ନୂଆ ଉର୍ଜା ଭରେ।

        ମୁଁ ସ୍ଵାଧୀନ ଭାରତର ସୁଯୋଗ୍ୟ ସନ୍ତାନ

        ତ୍ରିରଙ୍ଗାର ସ୍ୱାଭିମାନ ରଖିବାକୁ ଦେବି ଜୀବନ।

         ମୋ ମାନ ତ୍ରିରଙ୍ଗା,ମୋ ଅଭିମାନ ତ୍ରିରଙ୍ଗା

         ମୋ ସାନ୍ ତ୍ରିରଙ୍ଗା ମୋ ଜାନ୍ ତ୍ରିରଙ୍ଗା।   

         ଏ ଅମୃତ୍ ମୋହସ୍ଵବ ବେଳା ଆସିଛି

          ମାଟି ପାଇଁ ପ୍ରାଣ ଉସ୍ଵର୍ଗି ଦେବି।

          ନିରୀହ ଥିଲେରେ ଆମ ପୂର୍ବପୁରୁଷ

          କାହୁଁ ଆସି ବିଦେଶୀ ଥିଲେ ଘେରୀ।

          ଆଚଲରେ ତାର କଳଙ୍କ ଲଗାଇ

           ହଜାଇ ଥିଲେରେ ଭାରତ ମାଆର ଶିରୀ।

           ତା ଚରଣ ଧୂଳି ମଥାରେ ବୋଳି

          ରାମ,କୃଷ୍ଣ,ଅର୍ଜ୍ଜୁନ,ପରଶୁରାମ, ଭୀଷ୍ମ ସାଜି

          ଭାରୀ ଗର୍ବ ହୁଏ ଭାବେ ଯେବେ ମୁଁ

           ଅଟେ ସତେ ଭାରତବାସୀ।

          ମୋ ଦେଶ ତ୍ରିରଙ୍ଗାବାନା ଫର ଫର ଉଡ଼େ

          ଧର୍ଯ୍ୟ,ସାହସ, ଶାନ୍ତିର ପ୍ରତୀକ।

           ଭାବ ବନ୍ଧନର ପ୍ରତୀକ ମୋ ଦେଶ

           ବୀରତ୍ଵ ଭାରତର ପରିଚୟ।

          ପୁଣ୍ୟ ପବିତ୍ର ମହାନ୍ ମୋ ଦେଶ

           ଯଶ ଗୌରବ ଅର୍ଜିି ବିଶ୍ୱରେ ବିଜେତା।

          ସିଂହନାଦ ଦିଏ ମୋ ବୀର ଯବାନ

          ଭାରତ ଭୂଖଣ୍ଡେ ସଂସ୍କୃତି ର ପରିଚୟ।

         ମୋ ଦେଶ ପାଇଁ ମହାପୁରୁଷଙ୍କ ବଳିଦାନ

         ଚିରଦିନ ପାଇଁ ରହିବ ବୀରତ୍ୱର ପରିଚୟ।


         

       

        


Rate this content
Log in

Similar oriya poem from Inspirational