ଜଗଦଗୁରୁ
ଜଗଦଗୁରୁ
ଗର୍ଭାଶୟେ ଥାଇ ଶିଶୁ
ଦେଖେ ନାରାୟଣ
ଦର୍ଶନେ ତୃପ୍ତ ଲଭଇ
ଗର୍ଭାଶୟେ ପ୍ରାଣ l
ଆତ୍ମା ପରମାତ୍ମା ସଙ୍ଗେ
ହୁଏ ସେଠି ଭେଟ
ଜନ୍ମ ମାତ୍ରେ ଶିଶୁ ମନ
ହୁଅଇ ଉଚ୍ଚାଟ l
କାହିଁ ଗଲା କାହିଁ ଗଲା
ଡାକେ କୁଆଁ କୁଆଁ
ପ୍ରଥମ ଗୁରୁଟି ତେଣୁ
ଦୟାମୟ ସାହା l
ଭୁମିରେ ପଡିଲେ ମାତା
ଅତି ସ୍ନେହ ଭରେ
ଲାଳନ ପାଳନ କରି
ସର୍ବ ଦୁଃଖ ହରେ l
ଚାଲିବାଠୁ ଶିକ୍ଷାଦାନ
ଦିଅଇ ସଂସ୍କାର
ଦ୍ଵିତୀୟ ଗୁରୁ ଅଟନ୍ତି
ପିତାମାତା ମୋର l
ତୃତୀୟ ଗୁରୁ ଦିଅନ୍ତି
ଶିକ୍ଷାଦାନ ମୋତେ
ଯାହା ଦ୍ୱାରାପୂଜା ପାଏ
ମୁଁ ଏହି ଜଗତେ l
ଚତୁର୍ଥ ଗୁରୁ ତ ଦୀକ୍ଷା
ଦେଇ ହ୍ୱନ୍ତି ସାହା
ଭୁଲିଥିବା ରୂପକୁ ସେ
ଅଗ୍ରେ କରେ ଠିଆ l
ସେ ଗୁରୁ କୃପାରୁ ଆମେ
ହେଉ ମୋକ୍ଷ ପ୍ରାପ୍ତ
ସଦଗୁରୁ ଅଟନ୍ତି ସେତ
ସରଗକୁ ବାଟ l
ଅର୍ଜୁନ ଓ ଉପମନ୍ୟୁ
କର୍ଣ ଏକଲବ୍ୟ
ଗୁରୁ କରି ଉପକୃତ
ହୋଇଛନ୍ତି ଭଵ l
ସର୍ବପଲ୍ଲୀ ରାଧା କ୍ରିଷ୍ଣ
ସେପ୍ଟେମ୍ବର ପାଞ୍ଚ
ପାଳନ କରନ୍ତି ସର୍ବେ
ହୋଇ ମନେ ତୋଷ l
ନିଜ ଜନ୍ମ ତିଥିକୁ ସେ
ଶିକ୍ଷକ ଙ୍କୁ ଦାନ
ଶିକ୍ଷକ ଦିବସ ରୂପେ
କରିଦେଲେ ଗଣ୍ୟ l
ଜଗଦଗୁରୁ ଅଟନ୍ତି ତ
ଜଗତ ଇଶ୍ୱର
ସବୁ ଗୁରୁଙ୍କର ପଦେ
ମୋର ନମସ୍କାର l
