ଗାଆଁଟି ମୋର ସୁନ୍ଦର
ଗାଆଁଟି ମୋର ସୁନ୍ଦର


ଗାଉଁଲି ଗାଉଁଲି କାହିଁକି କହୁଛୁ ଗାଆଁଟି ମୋର ସୁନ୍ଦର
କିଏ ହେବ କାହୁଁ ସରି ତା'ର ପରି
ମାଟି ତା' ଚନ୍ଦନ ଧାର ।
ରୋଜଗାର ପାଇଁ ବାହାରେ ରହିଛି ଚକ୍ଷୁରେ ଦୃଶ୍ୟ ତାହାର
ଆମ୍ବ ସେ ଉଦ୍ୟାନ ଡ଼ାକ ଦେଉଥାଏ
ଆସ ଆସ ଶିଶୁ ମୋର ।
ବ୍ୟତୀତ କରିଛି କେତେଯେ ବସନ୍ତ ଗାଆଁ ଆମ୍ବ ଉଦ୍ୟାନରେ
ଶିଶୁ ବନ୍ଧୁ ସଙ୍ଗେ ଶିଶୁ କାଳ ଖେଳ
ନାଚୁଅଛି ସ୍ମୃତି ଧୀରେ ।
ଖଡ଼ଖାଇ ନଦୀ ଡ଼ାକ ଦେଉ ଅଛି ଶୁଭୁଅଛି କର୍ଣ୍ଣେ ମୋର
ତା'ର ଜଳ ଧାରେ ଡେଇଁ ଅଛି କେତେ
ମନେପଡେ ନିରନ୍ତର ।
ଶିଶୁକାଳ ଖେଳ ସାଙ୍ଗସାଥୀ ମେଳ ଦୃଶ୍ୟ ଦିଶେ ଅହରହ
କେ ପାରିବ ଭୁଲି ଥିବାଯାଏ ପ୍ରାଣ
କିଏ ଅଛି ଅବା କହ ।
ଗାଆଁ ଧୂଳିମାଟି ଚନ୍ଦନ ଜୀବନେ ଉଡୁଥାଏ ସଞ୍ଜ କାଳେ
ଘର ଆସୁଥାନ୍ତି ଗୃହ ପଶୁପକ୍ଷୀ
ବାଛୁରୀଙ୍କ କୋଳାହଳେ ।
ରବି ବୁଡ଼ୁଥାନ୍ତି ପଶ୍ଚିମ ଦିଗରେ ସିନ୍ଦୂରମୟ ଆକାଶ
କ୍ରମେ ଅନ୍ଧକାର ମାଡ଼ି ଆସେ ପୁଣି
ସ୍ମୃତିରେ ଗୁଞ୍ଜୁଛି ଦୃଶ୍ୟ ।
ଆହା କି ସୁନ୍ଦର ଲୋହିତ ସେ ଛବି ପ୍ରଫୁଲ୍ଲ ଦେଖିଲେ ମନେ
ସବୁଠୁ ସୁନ୍ଦର ଗାଆଁଟି ମୋର
ରହିଅଛି ସ୍ମୃତି ଜ୍ଞାନେ ।