STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଗାଆଁଟି ମୋର ସୁନ୍ଦର

ଗାଆଁଟି ମୋର ସୁନ୍ଦର

1 min
362


ଗାଉଁଲି ଗାଉଁଲି କାହିଁକି କହୁଛୁ ଗାଆଁଟି ମୋର ସୁନ୍ଦର

  କିଏ ହେବ କାହୁଁ ସରି ତା'ର ପରି

ମାଟି ତା' ଚନ୍ଦନ ଧାର ।


ରୋଜଗାର ପାଇଁ ବାହାରେ ରହିଛି ଚକ୍ଷୁରେ ଦୃଶ୍ୟ ତାହାର

  ଆମ୍ବ ସେ ଉଦ୍ୟାନ ଡ଼ାକ ଦେଉଥାଏ

     ଆସ ଆସ ଶିଶୁ ମୋର ।


ବ୍ୟତୀତ କରିଛି କେତେ ଯେ ବସନ୍ତ ଗାଆଁ ଆମ୍ବ ଉଦ୍ୟାନରେ

 ଶିଶୁ ବନ୍ଧୁ ସଙ୍ଗେ ଶିଶୁ କାଳ ଖେଳ

   ନାଚୁଅଛି ସ୍ମୃତି ଧୀରେ ।


ଖଡ଼ଖାଇ ନଦୀ ଡ଼ାକ ଦେଉ ଅଛି ଶୁଭୁଅଛି କର୍ଣ୍ଣେ ମୋର

ତା'ର ଜଳ ଧାରେ ଡେଇଁ ଅଛି କେତେ

ମନେପଡେ ନିରନ୍ତର ।


ଶିଶୁକାଳ ଖେଳ ସାଙ୍ଗସାଥୀ ମେଳ ଦୃଶ୍ୟ ଦିଶେ ଅହରହ

   କେ ପାରିବ ଭୁଲି ଥିବାଯାଏ ପ୍ରାଣ

      କିଏ ଅଛି ଅବା କହ ।


ଗାଆଁ ଧୂଳିମାଟି ଚନ୍ଦନ ଜୀବନେ ଉଡୁଥାଏ ସଞ୍ଜ କାଳେ

ଘର ଆସୁଥାନ୍ତି ଗୃହ ପଶୁପକ୍ଷୀ 

     ବାଛୁରୀଙ୍କ କୋଳାହଳେ ।


ରବି ବୁଡ଼ୁଥାନ୍ତି ପଶ୍ଚିମ ଦିଗରେ ସିନ୍ଦୂରମୟ ଆକାଶ

  କ୍ରମେ ଅନ୍ଧକାର ମାଡ଼ି ଆସେ ପୁଣି 

   ସ୍ମୃତିରେ ଗୁଞ୍ଜୁଛି ଦୃଶ୍ୟ ।


ଆହା କି ସୁନ୍ଦର ଲୋହିତ ସେ ଛବି ପ୍ରଫୁଲ୍ଲ ଦେଖିଲେ ମନେ

     ସବୁଠୁ ସୁନ୍ଦର ଗାଆଁଟି ମୋର

 ରହିଅଛି ସ୍ମୃତି ଜ୍ଞାନେ ।




Rate this content
Log in

Similar oriya poem from Inspirational