Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଭଜେ ବ୍ରହ୍ମଦାରୁ

ଭଜେ ବ୍ରହ୍ମଦାରୁ

1 min
407



ସୁନ୍ଦର ଶ୍ରୀଚକାଡୋଳା ପଦ୍ମନେତ୍ର ଦୁଇ ।

ରକ୍ତଅବ୍ଜ ଶୋଭା ରାଶି ଗର୍ବକୁ ଗଞ୍ଜଇ ।।

ଶିରରେ ହେମ ମୁକୁଟ ଗଳେ ରତ୍ନହାର ।

କର୍ଣ୍ଣରେ ରତ୍ନକୁଣ୍ଡଳ ଶ୍ରୀପଦେ କେୟୂର ।।

ନବଘନ କଳେବର କି ଉପମା ଦେବା ।

ମାଳା ମାନ ଲମ୍ବିଥାଇ ସମୁନ୍ନତ ଗ୍ରୀବା ।।

ପାରୁଶରେ ଶୋଭା ଚକ୍ରରାଜ ସୁଦର୍ଶନ ।

ଭଜେ ନୀଳାଚଳନାଥ ନିଳାଦ୍ରୀ ମଣ୍ଡନ ।।

ଫୁଲ୍ଲେନ୍ଦୀବର ଲୋଚନୁ ଚକ୍ଷୁ ନ ଫେରଇ ।

ନୀଳ ନବଘନ କାନ୍ତି, ଉପମା ତା' କାହିଁ ।।

ଜଗତ ଠାକୁର ଆହେ ପ୍ରଭୁ ଜଗନ୍ନାଥ ।

ପଦ୍ମ ପୟର ପୁଜନ୍ତି ଯାର ଚୋଉମାଥ ।।

ଦୈତ୍ୟସଂହାରଣ ତଵ ନାମ ଦଇତାରୀ ।

ବିମଳେନ୍ଦୁ ମୁଖ ତଵ ଶଙ୍ଖ ଚକ୍ର ଧାରୀ ।।

ବନ୍ଦେ ପରମ ପୁରୁଷ ଶ୍ରୀପୁରୁଷୋତ୍ତମ ।

ଶ୍ରୀପୀଠେ ନିତ୍ୟପୂଜିତ ପରଂବ୍ରହ୍ମ ନମଃ ।।  

ଉଦିତ ନୀରଦ ତନୁ ଶୋଭା ଚନ୍ଦ୍ରମୁଖ ।

ରାଜୀବଲୋଚନ କୃପା ବାରିଧି ମୟୂଖ ।।

ଭକ୍ତ ଚିନ୍ତାମଣି ପ୍ରଭୁ ଦୟାର ସାଗର ।

ଦର୍ଶନେ ତାଙ୍କର ସର୍ବଦୁଃଖ ଯାଏ ଦୂର ।।

ବନ୍ଦେ ପରମ ପୁରୁଷ ଶ୍ରୀପୁରୁଷୋତ୍ତମ ।

ତୀର୍ଥଚିନ୍ତାମଣି ନୀଳାଦ୍ରୀଶ ନମଃନମଃ ।।   

ସର୍ବାଳଙ୍କାର ଶୋଭିତ ରତ୍ନସିଂହାସନେ ।

ଶଙ୍ଖକ୍ଷେତ୍ରେ ଶତଦଳ କମଳ ଆସନେ ।।

ସାଥେ ଛନ୍ତି ବଳରାମ ଅଚ୍ୟୁତ ଅଗ୍ରଜ ।

ନବଘନ କାନ୍ତି ଧର ବିଜେ ଦେବରାଜ ।।

ବାମଭାଗେ ସୁଭଦ୍ରିକା ଦକ୍ଷେ ସୁଦର୍ଶନ ।

ସ୍ଵଜନେ ଚତୁର୍ଦ୍ଧାମୂର୍ତ୍ତି କେଡ଼େ ଶୋଭାବନ ।।

ବ୍ରହ୍ମା ରୁଦ୍ର ଇନ୍ଦ୍ର ବନ୍ଦ୍ୟ ବେଦଙ୍କର ସାର ।

ସ୍ମରେ ବ୍ରହ୍ମଦାରୁ, ଦାରୁ ବ୍ରହ୍ମ ନମସ୍କାର ।।

କାଦମ୍ବରୀ ପ୍ରୀୟ ହସ୍ତେ ଲଙ୍ଗଳ ମୁଷଳ ।

ରତ୍ନହାର ଗଳେ ଶୋଭା କର୍ଣ୍ଣରେ କୁଣ୍ଡଳ ।।

ବିପୁଳ ଭୁଜ ବିସ୍ତାରି ବିଜେ ସିଂହାସନ ।

ସାରା ଅବନୀ ମଣ୍ଡଳ କରି ଆକର୍ଷଣ ।।

ଶିରେ ଶୋଭେ ନାଗରାଜ ଚାରୁ ଗଣ୍ଡସ୍ଥଳ ।

ସଂଗ୍ରାମେ ଚପଳ ରୂପ ଶଶାଙ୍କ ଧବଳ ।।

ନମସ୍ତେ ଶ୍ରୀ କାମପାଳ ହଳୀ ସଙ୍କର୍ଷଣ ।

ରୋହିଣୀନନ୍ଦନ ପ୍ରଭୁ ରେବତୀରମଣ ।।

ଚତୁର୍ଦ୍ଧା ମୂରତୀ ଚୋଉବର୍ଗ ଦାନି ଏକା ।

ଭଜେ ବ୍ରହ୍ମଦାରୁ ଭବ ତରଣେ ନଉକା ।।

       


Rate this content
Log in

Similar oriya poem from Inspirational