ଦ୍ୱି ପଦ କଥା
ଦ୍ୱି ପଦ କଥା
ଥିରି ଥିରି ବାଆ ଗ୍ରୀଷମ କାଳେ
ଚନ୍ଦନ ପରିକା ଶୀତଳ ଭରେ
ବିପଦ ବେଳର ରାହା
ପିତା ମାତା ତୋର ଚଳନ୍ତି ଠାକୁର
ତାଙ୍କ ଆଶିର୍ବାଦ ସାହା ।।
ସବୁବେଳେ ନାହିଁ ଚାନ୍ଦିନୀ ରାତି
ସବୁଠାରେ ନାହିଁ ଭାବ ପିରତି
ଭାଗ୍ୟେ ଥିଲେ ମିଳେ ଶାନ୍ତି
ସଦା ପିତା ମାତା ସେନେହ ମମତା
ଜୀବନର ଚିର ସାଥୀ ।।
ମନ ପୋଡ଼ିଗଲେ ନ ଥାଏ ଧୁଆଁ
ବନ ପୋଡ଼ିଗଲେ ଜାଣେ ଦୁନିଆଁ
ବୃଦ୍ଧ କାଳେ ବାପା ମାଆ
ଥିଲେ ଜରାଶ୍ରମେ ଏ ଦୁନିଆଁ ଜାଣେ
ଧିକ୍ ତୋ ପୁଅ ପଣିଆଁ ।।
ସ୍ଵାଦ ତରକାରୀ ପଣସ କଠା
ମସଲା ଟିକିଏ ହୋଇଲେ ବଟା
ମସଲା ବିନା କି ସ୍ଵାଦ
ପିତା ମାତା ସ୍ନେହ ଆଶିର୍ବାଦ ବିନା
ଜୀବନଟା ବରବାଦ ।।
ଦୁନିଆଁରେ ଅଛି ଯେତେ ଦରବ
କେଉଁଟା ସୁଲଭ କିଏ ଦୁର୍ଲଭ
କିନ୍ତୁ ପିତା ମାତ ଭିନ୍ନେ
ନିର୍ଯାତନା ଯେତେ ପାନ୍ତୁ ପିତା ମାତେ
ମଙ୍ଗଳ ମନାସେ ମନେ ।।