STORYMIRROR

Kalandi pal

Inspirational

4  

Kalandi pal

Inspirational

ଦ୍ୱି ପଦ କଥା

ଦ୍ୱି ପଦ କଥା

1 min
299


  ଥିରି ଥିରି ବାଆ ଗ୍ରୀଷମ କାଳେ

  ଚନ୍ଦନ ପରିକା  ଶୀତଳ ଭରେ

     ବିପଦ ବେଳର ରାହା

ପିତା ମାତା ତୋର   ଚଳନ୍ତି ଠାକୁର

     ତାଙ୍କ ଆଶିର୍ବାଦ ସାହା ।।


  ସବୁବେଳେ ନାହିଁ ଚାନ୍ଦିନୀ ରାତି

  ସବୁଠାରେ ନାହିଁ  ଭାବ ପିରତି

    ଭାଗ୍ୟେ ଥିଲେ ମିଳେ ଶାନ୍ତି

ସଦା ପିତା ମାତା   ସେନେହ ମମତା

    ଜୀବନର ଚିର ସାଥୀ ।।


   ମନ ପୋଡ଼ିଗଲେ ନ ଥାଏ ଧୁଆଁ

   ବନ ପୋଡ଼ିଗଲେ ଜାଣେ ଦୁନିଆଁ

      ବୃଦ୍ଧ କାଳେ ବାପା ମାଆ

ଥିଲେ ଜରାଶ୍ରମେ   ଏ ଦୁନିଆଁ ଜାଣେ

      ଧିକ୍ ତୋ ପୁଅ ପଣିଆଁ ।।


   ସ୍ଵାଦ ତରକାରୀ  ପଣସ କଠା

   ମସଲା ଟିକିଏ ହୋଇଲେ ବଟା

      ମସଲା ବିନା କି ସ୍ଵାଦ

ପିତା ମାତା ସ୍ନେହ    ଆଶିର୍ବାଦ ବିନା

      ଜୀବନଟା ବରବାଦ ।।


   ଦୁନିଆଁରେ ଅଛି ଯେତେ ଦରବ

   କେଉଁଟା ସୁଲଭ  କିଏ ଦୁର୍ଲଭ

      କିନ୍ତୁ ପିତା ମାତ ଭିନ୍ନେ

ନିର୍ଯାତନା ଯେତେ  ପାନ୍ତୁ ପିତା ମାତେ

      ମଙ୍ଗଳ ମନାସେ ମନେ ।।



Rate this content
Log in

Similar oriya poem from Inspirational