STORYMIRROR

Binodini Dash

Inspirational

4  

Binodini Dash

Inspirational

ଚିହ୍ନା ମୁହଁସବୁ ଅଚିହ୍ନା ଲାଗୁଛି

ଚିହ୍ନା ମୁହଁସବୁ ଅଚିହ୍ନା ଲାଗୁଛି

1 min
315

ଦୁନିଆର ଗତି ବଦଳି ଯାଇଛି

      ଚିହ୍ନା ମୁହଁସବୁ ଅଚିହ୍ନା ଲାଗୁଛି

ଚିହ୍ନନ୍ତି କେବଳ ନିଜର ସ୍ବାର୍ଥକୁ

      ଚଢ଼ି ତା' ଉପରେ ଉର୍ଦ୍ଧ୍ବେ ଉଠିବାକୁ ।


ଏପରି ମାନବ ସମ୍ପର୍କର ମଧୁ

      ଚାଖିବ କେମିତି ତା' ଅନ୍ତର ମଧ୍ୟୁ

ସେ ପରା ମୁଁ ମୋ ଭିତରେ ଆବଦ୍ଧ

      ହୃଦୟ କୋଠରି କପଟରେ ରୁଦ୍ଧ ।


ପିମ୍ପୁଡି଼ ପରିକା ଚଢ଼ି ରୁଖା ପରେ

      ବଡ଼ ବୋଲି ନିଜେ ଦେଖାଏ ଅପରେ

ଚିତ୍ତ ଚଞ୍ଚଳତା ନ କରେ ବାରଣ

      ଅକୃତଜ୍ଞତାର ସାଜଇ କାରଣ ।


ପ୍ରକୃତ ମିତ୍ରକୁ ଚିହ୍ନି ବି ଅଚିହ୍ନା

      ମଣିଷେ ଗଣା କି ମନୁଷ୍ୟତ୍ବ ବିନା

ସନ୍ଦେହୀ ମନର ଯେତେ ଆବିଳତା

      ବାନ୍ଧି କି ପାରିବ ଜୀବନରେ ବତା ।


ଗର୍ବ ଅହଂକାର ଧନ କି ପଦବୀ

      ଅସ୍ଥାୟୀ ବୋଲି ନ ଥାଏ ଅନୁଭବି

ମତ୍ତହସ୍ତୀ ସମ ନ ଚିହ୍ନି କାହାକୁ

     ନିଜେ ଅବରୋଧ ନିଜର ପଥକୁ ।


Rate this content
Log in

Similar oriya poem from Inspirational