STORYMIRROR

Binodini Dash

Inspirational

4  

Binodini Dash

Inspirational

ଅଫେରା ବାଟୋଇ

ଅଫେରା ବାଟୋଇ

1 min
370


ପୂରୁବ ଆକାଶେ ଉଇଁ ରବି ହସେ

ପଶ୍ଚିମରେ ଅସ୍ତ ଯେହ୍ନେ

ସେପରି ମାନବ ଜନମି ଏ ଭବ

ମୃତ୍ୟୁ ଲଭେ ଏକ ଦିନେ ।


ପ୍ରତ୍ୟହ ସୂରୁଜ ଫେରି ଆସିଥା'ନ୍ତି

ସେହି ଏକ ରୂପ ଧରି

ମାତ୍ର ଏ ମଣିଷ ଧରି ଭିନ୍ନ ରୂପ

ପୁନର୍ବାର ଆସେ ଫେରି ।


ଅନ୍ତରୀକ୍ଷ ପଥେ ଗମନ୍ତି ଭାସ୍କର

ଦେଇ ଉଜ୍ଜ୍ବଳ କିରଣ

ନର ଦେହେ ଦେହୀ ସାଜଇ ବାଟୋଇ

ନିଜ ଆଭା ପ୍ରକାଶିଣ ।


ମେଘ କୋଳେ ଲୁଚି ପୁଣି ଦେଖା ଦେଇ

ସୂର୍ଯ୍ୟ ଯେପରି ପଥିକ

ମାନବ ସେପରି ଦୁଃଖସୁଖ ଧରି

କାଟଇ ଜୀବନଯାକ ।


ସେ ପଥିକଟିଏ ଜୀବନ ପଥରେ

ଆଶା ବୃକ୍ଷେ ରଖି ଧ୍ୟାନ

କେବେ ଲଭେ ଛାଇ କେବେ ବି ବତାସ

ଏ ତ ମାନବ ଲକ୍ଷଣ ।


ଶେଷ ହେଲେ ବାଟ ନହୁଅଇ ଭେଟ

ଆଉ ଆତ୍ମୀୟ ସ୍ବଜନେ

ସେଥିପାଇଁ ପରା ବୋଲନ୍ତି ସକଳେ

ଅଫେରା ବାଟୋଇ ଜନେ ।




Rate this content
Log in

Similar oriya poem from Inspirational