STORYMIRROR

Ramani Kanta Sahu

Children Stories Inspirational Children

4  

Ramani Kanta Sahu

Children Stories Inspirational Children

ଗୁରୁ ଦିବସ ର ଆହ୍ୱାନ

ଗୁରୁ ଦିବସ ର ଆହ୍ୱାନ

1 min
253


ହେ, ଏକବିଂଶ ଶତାବ୍ଦୀ ର ଛାତ୍ରଛାତ୍ରୀଗଣ

ଭୁଲି ଯିବନି କେବେ 

ଏକଲବ୍ୟର ଗୁରୁ ଦକ୍ଷିଣା

ଭୁଲି ଯିବନି କେବେ

ଭାରତୀୟ ସଂସ୍କୃତିର ପରିଚୟ

ଗୁରୁଶିଷ୍ୟ ପରମ୍ପରା।


ଇଂରାଜୀ କବି ଜନ୍ କୀଟ୍ ସ୍ ଙ୍କ

ଚିର ପ୍ରବାହିତ ଅମୃତ ଝରଣାପରି

ଛାତ୍ରଛାତ୍ରୀ ଙ୍କ ପ୍ରତି ସଦା ରହିଥାଏ ଗୁରିଜନଙ୍କ ଆଶୀର୍ବାଦ

ଅବତୀର୍ଣ୍ଣ ହୁଅ ସଫଳତା ର ଶୀର୍ଷରେ

ଏହା ହିଁ ହଉଛି ମୋର ଶୁଭ କାମନା।


ଯଦିଓ ଆଜି ଗୁରୁକୁଳ ର ସ୍ଥାନ ନେଇଛି 

ସ୍ମାର୍ଟ କ୍ଲାସରୁମ୍, ଭର୍ଚୁଆଲ୍ କ୍ଲାସରୁମ୍ ଅଥବା ଇ ଲର୍ନିଙ୍ଗ

ଯଦି ଅବା ଖୋଲିଯାଉଛି ସୂଚନାର ଦ୍ୱାର

କେବଳ ଏକ ମାଉସ କ୍ଲିକ ରେ 

ଯଦି ଅବା ଶିକ୍ଷକ ହେଇଯାଇଛି ଫେସିଲିଲେଟର୍


ତଥାପି ଶିଷକ ହୁଏ ଚିର ନମସ୍ୟ

ଆଦର୍ଶ ମାନବ ଗଢିବାରେ

ସମାଜକୁ ସଠିକ ମାର୍ଗ ଦର୍ଶାଇବାରେ


ହେ ଡିଜିଟାଲ୍ ଯୁଗର ଛାତ୍ରଛାତ୍ରୀଗଣ

ପ୍ରକାଶିତ କର ଜ୍ଞାନର ଆଲୋକ

ଦୁରେଇଦିଅ ଅଜ୍ଞାନ ତିମିର

ସଫଳ ନାଗରିକ ହେଇ

ଦେଶ ବିକାଶର କର୍ଣ୍ଣଧାର ହୁଅ

ଏହା ହିଁ ହଉଛି ଆଜି ପବିତ୍ର ଦିବସର ଆହ୍ୱାନ

ଏହା ହିଁ ହଉଛି ଗୁରୁ ଦିବସ ର ଆହ୍ଵାନ।


Rate this content
Log in