STORYMIRROR

Kishore Nayak

Inspirational Children

4  

Kishore Nayak

Inspirational Children

ମୋ ଦେଶ ତ୍ରିରଙ୍ଗା ତଳେ

ମୋ ଦେଶ ତ୍ରିରଙ୍ଗା ତଳେ

1 min
283


ମୋ ଦେଶ ତ୍ରିରଙ୍ଗା ତଳେ 

ଏ ଦେଶ ମାଟିର କୋଟି ଜନତାର 

ମୁକ୍ତି ମଶାଲ ଜଳେ ll


ଶାନ୍ତି ବୀରତ୍ୱର ସତ୍ୟ ଅହିଂସାର 

ପ୍ରତୀକ ଅଟେ ଏ ଧ୍ୱଜା 

ଏ ପତାକା ତଳେ କରିବା ଆସରେ 

ଦେଶ ମାତୃକାର ପୂଜା ll


ଏଇ ତ୍ରିରଙ୍ଗାର ପୁଣ୍ୟ ପରସେ 

ଜାତୀୟତା ବୋଧ ଜାଗେ 

ମନୁ ଅପସରେ ସବୁରି ପ୍ରଶ୍ନ 

ଏ ଦେଶ ସୁରକ୍ଷା ଆଗେ ll


ଏ ପତାକା ତଳେ ହୋଇ ସମବେତ 

ଜାତୀୟ ସଂଗୀତ ଗାଇ 

ଐକ୍ୟ ଚେତନାର ବାର୍ତ୍ତା ସଂଚାରିବା 

ଆସରେ ଭଉଣୀ ଭାଇ ll


ଏ ଦେଶର ମାଟି ଏ ଦେଶର ପାଣି 

ଏ ଦେଶର ଫୁଲ ଫଳ 

ଏ ଦେଶ ମଣିଷ ରକ୍ତରେ ଭରିଛି 

ଶତ ସିଂହର ବଳ ll


ସେଇ ବଳରେ ହୋଇ ବଳୀୟାନ 

ଧରି ଏ ତ୍ରିରଙ୍ଗା ହାତେ 

ଆସରେ ଲଢ଼ିବା ବୀର ଦର୍ପରେ 

ଶତ୍ରୁ ସୈନିକର ସାଥେ ll


ଆସରେ ସର୍ବେ ଏଇ ତ୍ରିରଙ୍ଗା ତଳେ 

ଶପଥ ନେବାରେ ଆଜି 

ଛାଡି ହିଂସା ଦ୍ୱେଷ ରାଗ ଅଭିମାନ 

ଉଠିବା ତନ୍ଦ୍ରା ତେଜି ll


ଏଇ ମାଟି ପାଇଁ ଲଢ଼ିବା ଆସରେ 

ଦେହେ ଥିବାଯାଏ ବଳ 

ଧନ୍ୟ ହୋଇଛି ଜୀବନ ଆମର 

ପାଇ ଏ ମା'ର କୋଳ ll


ଧନ୍ୟ ଏଇ ଦେଶ ଧନ୍ୟ ଏଇ ମାଟି 

ଧନ୍ୟ ଏଇ ପୁଣ୍ୟ ଭୂଇଁ 

ଚନ୍ଦ୍ର, ସୂର୍ଯ୍ୟ, ତାରା ଧନ୍ୟ ହୁଅନ୍ତି 

ଯା' ନୀଳ ଆକାଶେ ଉଇଁ ll


ଇଏ ସେଇ ଦେଶ ମୋ ଭାରତ ବର୍ଷ 

ଯା' ନାମରୁ ସୁଧା ଝରେ 

ଯା' ବକ୍ଷେ ବିରାଜେ ଶାନ୍ତି ପ୍ରେମ ସଦା 

ଅନ୍ତରେ ମମତା ଭରେ ll

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational