Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Children

4  

Manorama Mohanty

Children

ଯତନ କରିଲେ ରତନ ମିଳଇ

ଯତନ କରିଲେ ରତନ ମିଳଇ

1 min
240



ଯତନ କରିଲେ ରତନ ମିଳଇ 

ଭୁଲ ନାହିଁ ପିଲେ କେବେ, 

ବିଶ୍ୱାସ ନ ହେଲେ ଗୁରୁଙ୍କୁ ପଚାର 

ଜାଣି ତ ପାରିବ ତେବେ |


ସାଧନାର ବଳେ ସବୁ ଲବ୍ଧ ହୁଏ 

 ଦୃଢଇଚ୍ଛା ମୂଳମନ୍ତ୍ର |

ପାଠ, ଗୀତ, ବାଦ୍ୟ, ଖେଳ, ଚିତ୍ରାଙ୍କନ

ସବୁ ସାଧନାର ତନ୍ତ୍ର |


ଧନ,ମାନ,ଯଶ, ପଦ ଓ ପଦବୀ 

ଯାହାକୁ ଯାହା ମିଳିଛି 

ସବୁରି ମୂଳରେ ଅଧ୍ୟବସାୟରୁ 

ସବୁ ସମ୍ଭବ ହୋଇଛି |


ଜମି କୋଠାବାଡ଼ି ଦାମୀ ଯେତେ ଗାଡି 

ମନ ଚାହେଁ ଚିଜ ଯେତେ, 

ଅଧିକ ଅଧିକ ପରିଶ୍ରମ କଲେ 

ସହଜେ ପାଇବ କେତେ |


ତେଣୁ ହେ ବାଳକ, ବାଳିକା ସଭିଏଁ 

ସଦା ସତକଥା କୁହ, 

ଅନ୍ୟାୟ, ଅନୀତି, ପଥରୁ ଓହରି 

ସୁପଥରେ ପାଦ ଦିଅ |


 ତେବେ ଯାଇ ତୁମ ଜୀବନ ସାର୍ଥକ 

ହୋଇବ ଜାଣ ନିଶ୍ଚୟ,

ଲଭି ସତଶିକ୍ଷା ଦେଖାଇ ଆଦର୍ଶ 

ଗଢ଼ ନିଜ ପରିଚୟ |



Rate this content
Log in

Similar oriya poem from Children