STORYMIRROR

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ଶୁଭ ସନ୍ଧ୍ୟା

ଶୁଭ ସନ୍ଧ୍ୟା

1 min
243


ଶୁଭ ସନ୍ଧ୍ୟା କହୁଛନ୍ତି ରବି

  ଅସ୍ତାଚଳେ ନିଅନ୍ତି ମେଲାଣି

ଶୋଭା ପାଏ ମୁଖ ଅରବିନ୍ଦେ

  ସ୍ମିତହାସ୍ୟ ଲାଲିମା ବାରୁଣୀ ।


ନୀଡ଼ ମୁଖେ ବାହୁଡନ୍ତି ପକ୍ଷୀ

  କୂଳ ଖୋଜେ ତରୀ ଓ ନାଉରୀ

ନିରଳସ କର୍ମଠ ଜୀବନ

 ଚାହେଁ ତାର ଥକ୍କା ଯାଉ ହରି । 


ନିରାପଦ ସ୍ୱଗୃହ ଆବାସ

 ସ୍ୱକୁଟୁମ୍ବ ପ୍ରିୟ ପରିଜନ

ଶାନ୍ତି ପ୍ରଦ ବିଶ୍ରାମେ ସୁଲଭ

 ଅଫୁରନ୍ତ ଶକ୍ତି ଓ ଆନନ୍ଦ ।


ଶାରୀରିକ ମାନସିକ ଶ୍ରମେ

 ମିଳିଥାଏ କ୍ଲାନ୍ତି ଅବସାଦ

ଅବସରେ ସୁଖ ଶାନ୍ତି ପ୍ରୀତି

 ନିରାମୟ ସୁମନ ଆନନ୍ଦ ।


ଜଣାଉଛି ଆଜି ଶୁଭରାତ୍ରି

 ସୁମଧୁର ହେଉ ସବୁ ସ୍ୱପ୍ନ

ଜାଗୁ ମନେ ନୂଆ ନୂଆ ଆଶା

 ଶୁଭ ହେଉ ପ୍ରତି ପ୍ରାତଃ ଦିନ ।



Rate this content
Log in

Similar oriya poem from Inspirational