STORYMIRROR

DILIP KUMAR SAHOO

Children

4  

DILIP KUMAR SAHOO

Children

ପାଣି ଆମେ ସଞ୍ଚିବା

ପାଣି ଆମେ ସଞ୍ଚିବା

1 min
249

ପାଣି ଆମେ ସଞ୍ଚିବା

ଭଲରେତ ବଞ୍ଚିବା

ଖୁସିର ମହକ ଆମେ

ଚଉଦିଗେ ବିଞ୍ଚିବା..


ପାଣି ଯୋଗୁ ସବୁଜିମା ପାଣି ଯୋଗୁ ଜୀବନ

ପାଣି ବିନା ହଜିଯାଏ ଆଖିରୁ ତ ସପନ

ବଣ ନାହି ଗଛ ନାହିଁ

ପାଣିଯାଏ ବହିବହି

ଭୂଇଁ ରୋକିପାରୁନାହିଁ

ରୋକିବାର ବାଟ ଆମେ କରିବା 

ପାଣି ଆମେ ସଞ୍ଚିବା


ଉଛୁଳି ବରଷା ପାଣି ବହିଯାଏ ନଈରେ

ନଈ ଯାଏ ବହିବହି ମିଶିଯାଏ ସାଗରେ

ବର୍ଷା ପରେ ଖରା ହୁଏ

 ନଈ ନାଳ ଶୁଖିଯାଏ

ଜଳାଭାବ କାଳ ହୁଏ 

ଏହି ଛୋଟ କଥାଟିକୁ ବୁଝିବା

ପାଣି ଆମେ ସଞ୍ଚିବା


ସବୁଜିମା ଭରିଦେଲେ ଚଉଦିଗ ହସିବ

ବରଷା ପଣିକୁ ଗଛ ଭୂଇଁ ତଳେ ସଞ୍ଚିବ

ଭୋଗିବା କାହିଁକି କଷ୍ଟ

କରିବାନି ପାଣି ନଷ୍ଟ

ବରଷା ଜଳ ଅମଳ

ବାଟ ଆମେ ମିଳିମିଶି କରିବା

ପାଣି ଆମେ ସଞ୍ଚିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children