ତୁମ ସେ ଅଫେରା ବାଟେ
ତୁମ ସେ ଅଫେରା ବାଟେ
ଦୁଃଖୀ କାନ୍ଦୁ ଥିଲେ ଦୁଃଖ କି ଦିଶୁନି
କାହିଁ ଚାଲିଗଲ ସତେ
କୋଟି ମାନସ ର ନେତ୍ର ଚାହିଁ ଅଛି
ତୁମ ସେ ଅଫେରା ବାଟେ
କୋଟି ଚର୍ମ ଆଖି ହୋଇଛି ସଜଳ
ତୁମ କୁ ଦେଖିବା ପାଇଁ
ଫେରିଆସ ପୁଣି ହେମୋହାତ୍ୟାଗି ବନ୍ଧୁ
ଦୀନ ଉଦ୍ଧାରିବା ପାଇଁ
ଖେଳି ଯାଉ ପୁଣି ସେବା ପୁଣ୍ୟ ଭାବ
ତୁମ ଏ ଧରଣୀ ବକ୍ଷେ
ଉଛୁରିତ ହେଉ ଶତ ମୁଖ କଣ୍ଠେ
ମୁଁ ଆଜୀବନ ସେବା ଲକ୍ଷେ
ଧନ୍ୟ ହେ ତୁମେ ଉତ୍କଳ ର ମଣି
ଉତ୍କଳ କରୁଣା ସିନ୍ଧୁ
ଫେରି ଆସ ଥରେ ଏ ମହି ମଣ୍ଡଳେ
ଛିଞ୍ଚି ଦିଅ କୃପା ବିନ୍ଦୁ
ଛିଞ୍ଚି ଦିଅ ଥରେ ଏ ଓଡିଆ କଙ୍କାଳେ
ସେବା ରୁପି ପ୍ରାଣ ବିନ୍ଦୁ
ହସି ଉଠୁ ପୁଣି ତୁମ ଏ ଭୁବନ
ତାଡନା ବନ୍ଧନ ଛିଣ୍ଡୁ
ସ୍ଵରାଜ୍ୟ ସପନ ହେଲାଣି ପତନ
ପ୍ରତି କ୍ଷେତ୍ରେ ଏଠି ଗାଢ଼
ପ୍ରତିବାଦ ଏଠି ପ୍ରତାରଣା ସାଜେ
ହେଲେ ପ୍ରତିସୃତି କୁଢ଼ କୁଢ଼
ଦେଖି ଯାଅ ଥରେ ତୁମ ଏ ଭୂବନ
ଅତିକ୍ରାନ୍ତ ଦୃଷ୍ଟି ପଟେ
ଓଡ଼ିଆ ଚାତକ ତୁମକୁ ଚାହିଁଛି
ତୁମ ସେ ଅଫେରା ବାଟେ
ତୁମ ସେ ଅଫେରା ବାଟେ ।