STORYMIRROR

Debasis Rout

Inspirational Others

3  

Debasis Rout

Inspirational Others

ପଖାଳ ଖାଇବା ଆସ

ପଖାଳ ଖାଇବା ଆସ

1 min
273


କଂସାଏ ପଖାଳ ସାଜେ ଯେବେ ପ୍ରାଣ

ହୃଦ ବେଦନା କୁ ଅପସରି

କୁହ ତେବେ କିଏ ଅଛି ଏ ଜଗତେ

ଦେଇପାରେ ଗରୀବର ଦୁଃଖ ମାରି ।।

ତୁମେ ଯେବେ ଖାଅ ପଞ୍ଚତାରକା ରେ

ରୂପାର ପରଦା ଢାଙ୍କି

ମୋ ଚଷା ଭାଇ ର ଭୋକ ଜ୍ଵାଳା ମେଣ୍ଟେ

ଏଇ କଂସାଏ ପଖାଳ ଦେଖି ।।

ତୁମେ ଯେବେ ଭାଷ ମଦ ର ଜୁଆରେ

ରକ୍ତ ମାଂସ ନଦୀ ତୁଠେ

ମୋ ଓଡ଼ିଆ ଭାଷେ ତୋରାଣି କଂସା ରେ

ସତସିଂହ ବଳ ଧରି ଉଠେ ।।

ତୁମେ ସିନା କୁହ ଆଧୁନିକ ଭାଷା

ଛିଣ୍ଡା କନା କେଇ ଖଣ୍ଡ ଧରି

କିନ୍ତୁ ମୋ ଓଡ଼ିଆ କହେ ଧନ୍ୟ ମୋ ସଂସ୍କୃତି

କେହି ନୁହେଁ ତାହା ପରି ।।

ଯିଏ ଲଙ୍ଗଳ ମୁନ ରେ ଆଜିବି ଅଙ୍କୁଛି

ଶହ ଶହ ଭୋକ ଭାଗ୍ୟ

ତାଙ୍କୁ କି ତୁମେ ପରିହାସ କର

ପଖାଳ ଖାଇବା ଲୋକ ।।

ଆଜି ବି କଙ୍କାଳ ଅଣ୍ଟା ସଳଖୁଛି

ଶୁଣି ଲେ ପଖାଳ ନାଁ..

ସେଥିଲାଗି ଆଜି ଗର୍ବେ କମ୍ପେ ଛାତି

ଧନ୍ୟ ମୋ ଓଡ଼ିଆ ନାଁ...।।

ଓଡ଼ିଆ ଗୌରବ ଆଉ ଓଡ଼ିଆ ପାଇଁ କି

ଆଜି ଏ ପଖାଳ ଦିବସ

ମଦ ମାଂସ ଆମ ଲୋଡା ନାହିଁ କେବେ

ପଖାଳ ଖାଇବା ଆସ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational