STORYMIRROR

Debasis Rout

Romance Tragedy Others

3  

Debasis Rout

Romance Tragedy Others

ପାଦ ର ପାଉଁଜି

ପାଦ ର ପାଉଁଜି

1 min
283


ସତରେ...

ଖୁବ୍ ମାୟାବୀ ଏ ପାଦର ପାଉଁଜି

ସେ.. କେବେ କାହାକୁ ସଜାଏ

ରାଧା ବଲ୍ଲଭ.. ତ କେବେ ପ୍ରେମର ଚାତକ..

କେବେ ସେ ସଜାଏ କାହା ହୃଦୟରେ

ମାଦକତା ଭରା ପ୍ରୀତି ସଙ୍ଗୀତ

ତ, କେବେ ବିରହର ଝଙ୍କାର..

କେବେ ସେ ଝାରାଏ ପୂର୍ଣ୍ଣମୀର ପ୍ରୀତି ଝର

ତ' କେବେ ଝରାଏ ନିଶବ୍ଦ ରାତିର

ଅତୃପ୍ତ ପେତ ର ବିରହଶ୍ରୁ

ସେଥି ପାଇଁ ତ..!

ଆଜିବି ମୋ ପ୍ରିୟାକୁ ପାଉଁଜି ମନା..!

କାଳେ ତା'ର ସେ ମୂର୍ଚ୍ଛନାରେ

କ୍ଷତାକ୍ତ ହେବ ମୋ ପାରିବା ପାଣିଆ

କାଳେ ସ୍ଵପ୍ନ ସଜଗନ୍ଧାରେ

ତୋଳି ଦେବ ମୋହିନୀର ଝଙ୍କାର

ଆଉ ବାଧ୍ୟ କରିବ ଆତ୍ମହତ୍ୟା ପାଇଁ

ତା'ର ସେ ଛମ୍ ଛମ୍ ସ୍ୱରର

ଆବେଗତାର ତୀରେ..

କାହିଁକି ନା..ଦୁନିଆ ଜାଣିଛି..!

କେଡେ ନିର୍ଦ୍ଦୟ ସେ ପାଦର ପାଉଁଜି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance