STORYMIRROR

Debasis Rout

Inspirational

3  

Debasis Rout

Inspirational

ବିଜୟା ଦଶମୀ

ବିଜୟା ଦଶମୀ

1 min
172


କେଉଁ ଜୟ ପାଇଁ ପଳିବି କହିଲ

 ମୁଁ ବିଜୟା ଦଶମୀ କାହିଁ

କେଉଁ ଦିଗେ ଅବା କେଉଁ ରାଜ୍ୟେ କହ

 ହସର ତ ଚିହ୍ନ ନାହିଁ


ଚାରିଦିଗେ ପରା କଙ୍କାଳର କୋଠୀ

  ଅନ୍ୟାୟର କଳା ଗଡ

କହ ତେବେ କିଆଁ କୋଉ ସୁଖ ଲାଗି

 ଗଢିବି ଆନନ୍ଦ ନୀଡ଼


କାହା କାନ୍ଦ ଶୁଣି ଆସିଛୁ କହିଲୁ

 ଲାଘବିବୁ କାହା ଦୁଃଖ

ତୋର ସୃଜନାରେ କେତେ ଯେ ନିରୀହ

 କହ ଦେଖିବୁ କାହାର ମୁଖ


କାହାକୁ ଦେବୁ ତୁ ତୋର କାଳୀ ରୂପ

  ଏଠି ସଭିଏଁ ତ କାଳ ଯମ

କେତେ କେତେ ମୁଖେ ଲିଭାଇବୁ କହ

 କଳଙ୍କର କଳା ଚିହ୍ନ


ବାଣ୍ଟି ଦେ ତୋହର ଶୂଳ ଶାଳ ଅସ୍ତ୍ର

 ଶାସ୍ତ୍ରର ଅମୃତ ବାଣୀ

ଜାଗି ଉଠୁ ପୁଣି ଝାନ୍ସି ବିରଙ୍ଗନା

  ତୋର ସେ ଅଭୟ ଜିଣି


ସତେ କି ଆସିଛୁ ଦୀନ ଉଦ୍ଧରିବୁ

  ନାଶିବୁ ତୁ ଷଡ ଅରି

ତେବେ କହ କିମ୍ପା ଡେରି କରୁ ଆଜି

  ଅନ୍ୟାୟକୁ ଆଖି ମାରି


ତୋର ପୀଠ ପଛେ କେତେ ଯେ ଅନ୍ଧାର

  ତତେ କି ଦିଶୁନାହିଁ

ସେହି ଅନ୍ଧାରରେ କେତେ ଯେ ଦାନବ

  ପ୍ରତିବାଦ କା'ର ନାହିଁ


ଖୋଲିଦେ ଖୋଲିଦେ ତୋର ତିନିନେତ୍ର

  କର ଅନ୍ୟାୟର ମତି ଭଞ୍ଜ

ତେବେ ଯାଇ ସିନା ସାର୍ଥକ ହୋଇବ

  ବିଜୟା ଦଶମୀ ଆଜ

  

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational