STORYMIRROR

Debasis Rout

Romance Tragedy Others

3  

Debasis Rout

Romance Tragedy Others

ଏମିତି କଟିଯାଏ କେତେ ଯେ ରଜନୀ

ଏମିତି କଟିଯାଏ କେତେ ଯେ ରଜନୀ

1 min
203

 କଟିଯାଏ କେତେ ଯେ ରଜନୀ

ବିରହ ର ବେଦନା ରେ...

ଯୁଡୁବୁଡୁ ହୁଏ ତକିଆଟି ମୋର

ଅମାନିଆ ଅଶ୍ରୁ ଧାରେ....ଏମିତି

ଭାସି ଯାଏ କେତେ ଅନିନ୍ଦ୍ୟ ସୁରଭି

ଚେତନାର ଅନ୍ତରାଳେ

ମୁଗ୍ଧ ହୁଏ କେବେ ମନ ଉପବନ

ଭ୍ରମାତୁର ଛବି ମେଳେ..

ଝରକା ସେପାଖ ଜ୍ୟୋତ୍ସ୍ନା ତେଜ କେବେ

କରିଯାଏ ଉପହାସ

ଯାଉ ଯାଉ କହେ ଏ ତ ସ୍ବାର୍ଥର ଦୁନିଆ

ପାଇବୁନି କେବେ ହସ...

ପୋତି ଦେଇଯାଏ ନିଷ୍ଟୁର ବକ୍ଷରେ

ଭାବନା ର ନବ ବୀଜ

ଯାଉ ଯାଉ କହେ ଦୁଃଖ ତୁ ଭୁଲି ଯା

ନୂତନତାକୁ ଖୋଜ.. ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance