ଏମିତି କଟିଯାଏ କେତେ ଯେ ରଜନୀ
ଏମିତି କଟିଯାଏ କେତେ ଯେ ରଜନୀ


କଟିଯାଏ କେତେ ଯେ ରଜନୀ
ବିରହ ର ବେଦନା ରେ...
ଯୁଡୁବୁଡୁ ହୁଏ ତକିଆଟି ମୋର
ଅମାନିଆ ଅଶ୍ରୁ ଧାରେ....ଏମିତି
ଭାସି ଯାଏ କେତେ ଅନିନ୍ଦ୍ୟ ସୁରଭି
ଚେତନାର ଅନ୍ତରାଳେ
ମୁଗ୍ଧ ହୁଏ କେବେ ମନ ଉପବନ
ଭ୍ରମାତୁର ଛବି ମେଳେ..
ଝରକା ସେପାଖ ଜ୍ୟୋତ୍ସ୍ନା ତେଜ କେବେ
କରିଯାଏ ଉପହାସ
ଯାଉ ଯାଉ କହେ ଏ ତ ସ୍ବାର୍ଥର ଦୁନିଆ
ପାଇବୁନି କେବେ ହସ...
ପୋତି ଦେଇଯାଏ ନିଷ୍ଟୁର ବକ୍ଷରେ
ଭାବନା ର ନବ ବୀଜ
ଯାଉ ଯାଉ କହେ ଦୁଃଖ ତୁ ଭୁଲି ଯା
ନୂତନତାକୁ ଖୋଜ.. ।।