STORYMIRROR

Debasis Rout

Tragedy Classics

3  

Debasis Rout

Tragedy Classics

ଅଧା ଅଧା

ଅଧା ଅଧା

1 min
239


ଅଧା ଅଧା ଦୁଃଖ

ଅଧା ଭଙ୍ଗା ମନ

ଅଧା ଅଧା ଦିନ ମୋର

ଅଧା ରେ ଅଧା ରେ

ଏଇ ମୋ ଜୀବନ

ଅଧା ମୋର ହାତ ଚିହ୍ନ ।।


ଅଧା ଅଧା ଲୁହ ପିଇ ଯାଏ ଓଠ

ଅଧା ରହେ ଆଖି ତଳେ

ଅଧା ଅଧା ହସ ଆତ୍ମ ପ୍ରକାଶେ

ଦିବଂଗତ ସ୍ମୃତି ମେଳେ ।।


ଅଧା ଅଧା ହସ ତରୁଣୀ ହସିଲେ

ଅଧା ଖୋଲେ ହୃଦ ଦ୍ଵାର

ଅଧା ଅଧା ବାଟ ସଂକଳ୍ପି ଚାଲିଲେ

ଲକ୍ଷ ନୁହେଁ ବେସୀ ଦୂର ।।


ଅଧା ଅଧା ଧର୍ମ କରତୁ ସଞ୍ଚୟ

ଅଧା ଅଧା ସେବା କରି

ଅଧା ଅଧା ଦିନ ଦାନ ତୁ କରିଲେ

ତେବେ ହେବୁ ଉପକାରୀ ।।


ଅଧା ଅଧା ଦୁଃଖ 

ଅଧା ପୁଣି ସୁଖ

ଅଧା ଏ ଜୀବନ ଜାଣ

ଅଧା ଅଧା କରି ପୂର୍ଣ୍ଣ ଯେବେ ହେବୁ

ଲିଭିବୁ ଆମର ଧାମ ।।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy