STORYMIRROR

Debasis Rout

Inspirational

4  

Debasis Rout

Inspirational

ମା' ମୋ ଆସିବ ବୋଲି

ମା' ମୋ ଆସିବ ବୋଲି

1 min
176


ବର୍ଷା ବି ଭିଜଇ ଶରତ ର ଧାରେ

  ଶେଷ ଶ୍ରାବଣକୁ ଖୋଲି

କାଶତଣ୍ଡୀ ଶୋଭେ ମୋ ଗାଆଁ ନଈରେ

  ମା' ମୋ ଆସିବ ବୋଲି


ନଳିନୀ ଦେଉଛି ଆଗମନ ବାର୍ତ୍ତା

 ମନ୍ଦାର ଦେଉଛି ହସି

ବିରହି ମାନସୀ  ହୃଦେ ପ୍ରେମ ତୋଷି

  ଅଭିମାନ ଯାଏ ରୁଷି


ବାତ୍ୟା ବି ଚଞ୍ଚଳ  ହେବା ପାଇଁ ମେଳ

  ହେଉଅଛି ସଜବାଜ

ମୂଷଳ ବିସ୍ତାରି ପଦ ପ୍ରକ୍ଷାଳିଣ

  କ୍ଷେଣେ ବିସ୍ତରିବ ଆଜ


ବାଉଁଶ ଦୋହଲେ ମୋ ଘର ବାଡ଼ିରେ

  ହେବାକୁ ଫୁଲ ଚାଙ୍ଗୁଡି

ତାଳ କେରାଟ ବି ସେବାରେ ଲାଗିବ

  ହୋଇଛି ତା' ସଙ୍ଗେ ଯୋଡ଼ି


ଧରିତ୍ରୀ ଆକାଶ  ହୋଇଛନ୍ତି ବଶ

  ଧ୍ୟାୟୀବେ ଜଗତ ମାତ

ଓଜାଡିଣ ଦେବେ  ଜନନୀ ପଦ ରେ

  ଅନ୍ତରର ଭକ୍ତି ପୂତ


ଗଜ ବି ଡାକୁଛି ସିଂହ ବି ଡାକୁଛି

   ଡାକୁଛି ଅଦିନ ଖରା

ଆସ ଗୋ ମା'  ଦୁର୍ଗତି ନାଶିନି

  ପୁଲକିତ ହେଉ ଧରା


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational