STORYMIRROR

Debasis Rout

Romance Tragedy

3  

Debasis Rout

Romance Tragedy

ସଂଜୁଆ ସ୍ମୃତି

ସଂଜୁଆ ସ୍ମୃତି

1 min
196

ସଂଜ ନଇଁ ଗଲେ ତୁମ ଛବି ଦିଶେ

ମନର ତରୁ ଡାଳେ..

ଆଖି ହଜିଯାଏ ସ୍ମୃତିର ସହରେ

ଅମାନିଆ ଅଶ୍ରୁ ମେଳେ..

ପାଦ ହଜି ଯାଏ ଅଜଣା ବାଟରେ

ମନର ସେ ରାଜ ପଥେ..

କ୍ଳାନ୍ତ ଲାଗେ ମୋର ଅତିକ୍ରାନ୍ତ ବାଟ

ତୁମେ ନଥିଲେ ମୋ ସାଥେ...

ମନକୁ କରିଛି ପୁଣ୍ୟ ନଦୀ ତୀର

ଆଶାରେ ବାନ୍ଧିଛି ବସା...

ତୋ ପ୍ରେମ ସଜ୍ଜାରେ ମୁଁ ଆଜନ୍ମ କଏଦୀ

ତତେ ପାଇବା ହିଁ ମୋ ନିଶା..


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance