STORYMIRROR

Gangotri Priyadarshini

Abstract Inspirational Children

4  

Gangotri Priyadarshini

Abstract Inspirational Children

ଶିବ ପାର୍ବତୀଙ୍କ ସହର ବୁଲା

ଶିବ ପାର୍ବତୀଙ୍କ ସହର ବୁଲା

1 min
227

ପ୍ରଭୁଙ୍କୁ କୈଳାଶୁ ସଙ୍ଗତେ ନେଇ

ବାହାରିଲେ ମାତା ବୁଲିବା ପାଇଁ

ମର୍ତ୍ତ୍ୟର ଖବର ଆଖିରେ ଦେଖିବା

କରୋନା ବସିଛି ଆଡା ଜମେଇ ।।

ପ୍ରଭୁ କହୁଛନ୍ତି ଆହେ ମାହେଶ୍ୱରୀ

ଭକ୍ତ ମୁହେଁ କିମ୍ପା ତୁଣ୍ଡି ଅଛି ଧରି

ଘରୁ ନ ଆସନ୍ତି ବାହାରକୁ କେହି

ଜୀବନ ବିକଳେ ପଶିଛନ୍ତି ରହି।।

ଉମା କୁହନ୍ତି ଶୁଣ ହେ ମହେଶ

କି ଉପାୟେ ରୋଗ ହୋଇବ ବିନାଶ

ଜୀବନ ଯନ୍ତ୍ରଣା ଅସହ୍ୟ ହୋଇଛି

ଭକ୍ତ ଡରି ଏଠି ଜୀବନ ବଞ୍ଚୁଛି ।।

କରୋନା ଟୀକାର ଶୀଘ୍ର ବ୍ୟବହାର

ରୋଗକୁ କରିବ ବିଶ୍ବରୁ ବାହାର

ଭକ୍ତଙ୍କ ମନେ ଭରିଦିଅ ଆଶା

ଜନ ମାନସରେ ନରହୁ ନିରାଶା ।।

ପ୍ରାଣୀ ବହୁ ହୃଦେ ସ୍ନେହ ସଦାଚାର

କୁମତି ହିଂସାରୁ ନର ହେଉ ଦୂର

ଆଶିଷ ବର୍ଷିବ ଫେରିବ ସୁଦିନ

ପୃଥିବୀ ପୃଷ୍ଠରେ ହସିବ ଜୀବନ ।।

ଶୁଭ ଆଶୀର୍ବାଦ କରୁଛୁ ଦୁଇ

ଦୂର ହୋଇଯିବ ରୋଗର ଛାଇ

ସମ ଦୂର ରକ୍ଷା ସ୍ୱଚ୍ଛ ଚତୁର୍ପାଶ୍ୱ

କରିଲେ ପ୍ରଯତ୍ନ ଲାଭ ଯେ ଅଶେଷ ।।

ଚାଲ ଏବେ ପ୍ରିୟେ ଗୃହେ ଫେରିଯିବା

ଧନ୍ୱନ୍ତ୍ୱରି, ଚରକଙ୍କୁ ବୁଝାଇ କହିବା

ଆମ ଆଶିଷ କି ହୋଇବ ଅନ୍ୟଥା

ହରିବ ଦୁର୍ଦ୍ଦିନ ହରିବ ଏ ବ୍ୟଥା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract