STORYMIRROR

Dharitri Das

Children

4  

Dharitri Das

Children

ବିରଜା କ୍ଷେତ୍ର

ବିରଜା କ୍ଷେତ୍ର

1 min
273

ଧନ୍ୟ ଯାଜପୁର ଧନ୍ୟ ବିରଜା କ୍ଷେତ୍ର

ଦ୍ଵିଭୁଜା ଦୁର୍ଗା ଦେବୀ ଯହିଁ ଆବିର୍ଭୂତ।


ଏକ ହାତେ ତାର ଶୋଭା ପାଉଛି ଶୂଳ

ଅନ୍ୟ ହାତେ ମହିଷାସୁରର ଲାଙ୍ଗୁଳ।


ମୁକୁଟେ ଶୋହେ ଗଣପତି ଶିବଲିଙ୍ଗ

ଯୋନି ନାଗରାଜ ଅର୍ଦ୍ଧଚନ୍ଦ୍ରର ତୁଙ୍ଗ।


ଚାରି ତନ୍ତ୍ର ପୀଠ ମଧ୍ୟେ ସ୍ଥିତ ଗିରିଜା

ବିରଜା ମଣ୍ଡଳ ନାମେ ଉଡ଼ଇ ଧ୍ଵଜା।


ଯାହାର ରଥର ନାମଟି ସିଂହ ଧ୍ଵଜ

ଧାଵମାନ ଅଶ୍ୱ ଦ୍ୱୟ ହୋଇଛି ସଜ।


ଯାହାକୁ କରିଣ ମାଆ ଆରୋହଣ

ନଅ ଥର କରନ୍ତି ବେଢ଼ା ପରିକ୍ରମଣ।


ମନ୍ଦିର ପରିସରେ ନାଭିଗୟାର ସ୍ଥାନ

ଦିବଙ୍ଗତ ପୁରୁଷଙ୍କ ହୁଏ ପିଣ୍ଡଦାନ।


ସେହି ଆମ ଜିଲ୍ଲା ନାମ ତା ଯାଜପୁର

ବିରଜା କ୍ଷେତ୍ର ନାମେ ଘୋଷୁଛି ତ୍ରିପୁର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children