STORYMIRROR

Kishore Nayak

Children

4  

Kishore Nayak

Children

"ଟୁପୁରୁ ଟାପୁରୁ ବରଷା ଝରେ "

"ଟୁପୁରୁ ଟାପୁରୁ ବରଷା ଝରେ "

1 min
33

ଶିଶୁ ଓ କିଶୋର ମାନଙ୍କ ନିମନ୍ତେ କବିତାଟିଏ 


"ଟୁପୁରୁ ଟାପୁରୁ ବରଷା ଝରେ "


ଟୁପୁରୁ ଟାପୁରୁ ବରଷା ଝରେ 

ଚିକମିକ କରି ବିଜୁଳି ମାରେ 

ଘଡଘଡି ମାରେ ରହି ରହି 

ଶ୍ରାବଣ ମାସର ଧାରା ବରଷାରେ 

ଓଳି ପାଣି ଯାଏ ବହି ବହି ll

ପାଣିରେ ବୁଡ଼ଇ ଗହୀର ପାଟ 

ଚାରିଆଡେ ଦିଶେ ପାଣିର ହାଟ 

ନଦୀ ନାଳରେ ଆସଇ ବଢ଼ି 

କେଁ କଟର କେଁ କଟର ଶବଦରେ 

ବେଙ୍ଗ ବେଙ୍ଗୁଲି ଛାଡ଼ନ୍ତି ରଡି ll

ସୂରୁଜଙ୍କୁ ଦିଏ ବଉଦ ଢାଙ୍କି 

ରହି ରହି ପୁଣି ମାରନ୍ତି ଉଙ୍କି 

ବରଷା ଟିକିଏ ଗଲେ ଛାଡି 

ଗୁହାଳ ଭିତରେ ଗାଈ ଗୋରୁ ସବୁ 

ଭୋକରେ ଛାଡ଼ନ୍ତି ହମାରଡ଼ି ll

ପାଣି କାଦୁଅ ଭରା ଗାଁ'ର ବାଟ 

ଝଡି ବରଷାରେ ଦେଇ କବାଟ 

ରହିଥାନ୍ତି ସବୁ ଗାଁ'ର ଲୋକେ 

ଚାଷ ବେଉଷଣେ ଚାଷୀ ଭାଇ ସବୁ 

କାମ କରୁଥାନ୍ତି ବିଲରେ ଥୋକେ ll

ଦିନରେ ଆସଇ ଅନ୍ଧାର ମାଡି 

ମାଡିଆସେ ପୁଣି ବତାସ ଝଡି 

ଭୀମ ଗର୍ଜନେ ଶବଦ କରି 

ସାଇଁ ସାଇଁ ବହେ କାଲୁଆ ପବନ 

ଭୟରେ ଛାତି ଉଠଇ ଥରି ll

ଧାରା ଶିରାବଣ ନାହିଁ ଭରସା 

ଲାଗି ରହିଥାଏ ଝଡି ବରଷା 

ମେଦିନୀ କମ୍ପାଇ ବରଷି ଯାଏ 

ଫେରିବା ବାଟକୁ ଚଷାର ଘରଣୀ 

ଗାଁ' ଦାଣ୍ଡେ ବସି ଅନାଇଁ ଥାଏ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children