STORYMIRROR

Sagar Kumar Parida

Children

4  

Sagar Kumar Parida

Children

ଫକୀର ମୋହନ

ଫକୀର ମୋହନ

1 min
174

ଏମିତିକା ପୁଅ ସେ,    ଜନମିଥିଲା ଏ ଉତ୍କଳ ଦେଶେ

     ଓଡ଼ିଆ ଭାଷାର ପିତାମହସେ । (ଘୋଷା)


    ବାଳୁତରୁ ହେଲା ସିଏ ଅନାଥ

    ଦୁଃଖେ ଚାଲିଥିଲା ଜୀବନ ପଥ

ଓଡ଼ିଆ ସାହିତ୍ୟ      ବ୍ୟାସଦେବ ହୋଇ

    ନାଆଁ ରଖିଗଲା ଚିରକାଳ ସେ ।(୧)

   

     ବାଲେଶ୍ୱର ଜିଲ୍ଲା ମଲ୍ଲିକାଶ ଗାଁ

     ଯାହା ପାଇଁ ଆଜି କରିଅଛି ନାଁ

ସେ ପବିତ୍ର ମାଟି        ଦେଇଅଛି ଭେଟି

     ଭାଷା ଗନ୍ତାଘରେ ଖାଣ୍ଟି ହୀରାଟେ (୨)


     

     ପୂଣ୍ୟ ଭାଗିରଥି କବି ଗାଳ୍ପୀକ

     ସଂସ୍କାରକ ,ଦାର୍ଶନିକ,ଶିକ୍ଷକ

 ଅମର ଲେଖନୀ      ଅମୃତ ଆତ୍ମାରୁ

     କାଳଜୟୀ କୃତି ସୃଷ୍ଟିକଲା ସେ ।(୩)

     

     ଛଅମାଣ ଆଠଗୁଣ୍ଠ, ରେବତୀ

     ରାଣ୍ଡୀପୁଅ ଅନନ୍ତା ତାଙ୍କ କୃତି

ପେଣ୍ଟଡ଼ ମେଡ଼ିସିନ     ମାମୁଁ, ଲଚ୍ଛମା 

     ମହାଭାରତର ବ୍ୟାସ ସ୍ରଷ୍ଟା ସେ ।(୪)


       ଚିର ବନ୍ଦନୀୟ ସେଇ ଫକୀର

       ଅମୂଲ୍ୟ ଅଟଇ ରଚନା ଯା'ର

  ସାଗର ଖୋଜଇ       ପ୍ରଣତି ଢାଳେ

       ଅବତରି ଆସ ଆମ ଉତ୍କଳେ ।(୫)


  

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children