STORYMIRROR

Satyabati Swain

Others Children

4  

Satyabati Swain

Others Children

ହାପି ବାର୍ଥ ଡେ ଟୁ ୟୁ

ହାପି ବାର୍ଥ ଡେ ଟୁ ୟୁ

1 min
163



ହଠାତ୍

କ୍ୟାଲେଣ୍ଡର ପୃଷ୍ଠା

ମୋତେ ଚାହିଁ ମୁଚୁକି ହସିଲା

ଏକ ନିର୍ଦ୍ଦିଷ୍ଟ ତାରିଖଟି

କେଜାଣି କାହିଁକି ଖୁବ୍ ଫୁଲେଇ ହେଉଥିଲା

ଆସ୍ତେ ଆସ୍ତେ ତାରିଖ ଟି

ଗାଢ଼ ଦେଖାଗଲା

ଗୋଟେ ବାକ୍ସ ଆଣି ଦେଖେଇ ଦେଖେଇ

ମୋତେ ଆଖି ମାରି ଖୋଲିଲା

ମୁଁ ବିସ୍ମୟ ଅଭିଭୂତ ତା ପାଗଲାମୀ ଦେଖି

କିନ୍ତୁ ହୃଦୟ ମୋ ଅକ୍ତିଆରରେ ନଥିଲା

ଅବୁଝା କିନ୍ତୁ ଆନନ୍ଦ ଦୋଳିରେ ଖେଳୁଥିଲା ।


ଆରେ ଏ କଣ?

ବାକ୍ସ ରୁ ସଜବାଜ ହୋଇ

ଛୁଆଟେ ବାହାରିଲା

ମୋ ଆଖି ଏଡ଼େ ଏଡ଼େ ହୋଇଗଲା

ତୁ!!

ହୁଁ.. ଆଖି ନଚେଇ ସେ କହିଲା

ବହୁତ ବଡ଼ ହୋଇ ଗଲୁଣି

ଆଉ କଣ ମୋତେ ଚିହ୍ନି ପାରିବୁ?

ସେ ଅଭିମାନ କଲା

ଦେଖ ଦେଖ ସେ କାନ୍ଥ ଯାଏ

ଲମ୍ବିଗଲା

ମୁଁ ଦଉଡ଼ି ଗଲି

ସେ ଲୁଚିଗଲା ମୋ ଭିତରେ

ମୁଁ ଏଣେ ତେଣେ ଖୋଜିଲି

ଚୁପ୍ ସଇତାନୀଟେ ଖୁବ୍ ନଖରାମି କଲା।


ମୋ ହାତରେ ଚୁମା ଟିଏ ଦେଇ

ଲେଖିଦେଇଥିଲା ଲୁଚିବା ପୂର୍ବରୁ

ମୋ ହାତ ଝାଳେଇ ଗଲା

ମୁଁ ହାତ ଖୋଲିଲି

ଓହୋ ମୁଁ ଖୁବ୍ ହସିଲି

ଲେଖା ଥିଲା ଶୁଭ

ଜନ୍ମଦିନ।


ମୋ ମୁହଁ ସାରା ହସର ବିଜୁଳୀ

ଖେଳିଗଲା

ମନେ ପଡିଲେ ଦିଟା ମୁହଁ

ବାପାମା

ଗୋଟେ ଘର,ଅଗଣା,ଦାଣ୍ଡ

ଯେଉଁଠି ଡେଇଁଥିଲି ଖୁ

ସେଇ କୂଅ ମୂଳ ନାଚି ନାଚି ଗାଧୋଉ ଥିଲି

ମା ଦୌଡୁଥିଲା ମୋ ପଛେ

ସେ ନାଳ ବନ୍ଧ ପୋଲ

ଯେଉଁଠି ବସି ଘଣ୍ଟା ଘଣ୍ଟା ମୋ ଭାଇ ସଂଗେ

ଅନଉଁଥିଲି ତା ଗୁଡି

ଗଣୁଥିଲି ଉଡା ଚଢେଇ ପର

ଜହ୍ନକୁ ଧରିବାକୁ ଦୌଡୁଥିଲି ଘରୁ ଦାଣ୍ଡ

ଜହ୍ନ ମୁହଁ ଦେଖୁଥିଲି କୁଣ୍ଡ ଥିର ପାଣିରେ

ଖତେଇ ହେଉଥିଲି ଜିଭ କାଢି।


ମା ନେଇ ଯାଉଥିଲା

ଡେଇଁ ଡେଇଁ ମା ଆଗେ ଆଗେ ଯାଉଥିଲି

ମା କହୁଥିଲା ଦୀପ ଜାଳ ଧନ

ମୋ କୋମଳ ଜିଜ୍ଞାସା ଖୋଜୁଥିଲା

ନିଜକୁ ପଚାରୁଥିଲି

ମା କଣ ପାଉଛି ଏ ଗୋଲ୍ ଗୋଲ୍ ଆଖି ଦିଟାରେ

ପିଠା ,ଡାଲମା ,ମିଠା ଖାଉଥିଲେ

ବିନି ସୀମା,ରବି,କାକୁ,ଜିନି ଆମ ଘରେ

ସେମାନେ ଖାଇ ଖୁସ୍

ମୁ ତାଙ୍କୁ ଦେଖି ଖୁସ୍।


ଏବେ କିନ୍ତୁ କେକ୍,କ୍ୟାଣ୍ଡେଲ କହୁଛନ୍ତି

ହାପି ବାର୍ଥଡେ ଟୁ ୟୁ

ହାପି ବାର୍ଥ ଡେ ଟୁ ୟୁ

ହାପି ବାର୍ଥ ଡେ ଡିଅର୍ ମୀନୁ।



Rate this content
Log in