ତୁମେ
ତୁମେ
କଳ୍ପନା ଚେତନା ଭାବନା କାମନା
ଯେତେ ଅଛି ମୋ ଭିତରେ
ସବୁଠି ତ ଅଛି ତୁମରି ଛାପ ଗୋ
ତୁମେ ମୋ ଆଲୁଅ ଧାରେ।।
ଛାତିର ସ୍ପନ୍ଦନ ତୁମେ ଅଟ ମୋର
ତୁମେ ନିଃଶ୍ବାସ ପବନ
ଖୁସିର ଅସରା ବରଷା ତୁମେ ମୋ
ତୁମେ ବଞ୍ଚିବା ନିଦାନ।।
ତୁମେ ମୋର ରାସ୍ତା ତୁମେ ହିଁ ତ ପାଦ
ତୁମେ ମୋର ଲକ୍ଷ୍ୟ ସ୍ଥଳ
ତୁମେ ମୋର ଆଶା ତୁମେ ଅଭିଳାଷା
ତୁମେ ଭୋକର ଭୂଗୋଳ।।
ତୁମେ ମୋର ଫୁଲ ତୁମେ ବି ମହକ
ତୁମେ ଚଇତାଳି ବାଆ
ତୁମେ ମୋ ଫୁଗଣ ତୁମେ ତ ଅବିର
ତୁମେ ଶ୍ରାବଣର ଛୁଆଁ।।
ମୁଁ ତୁମ ଶରୀର ତୁମେ ମୋର ଆତ୍ମା
ମନ ମୁନ ଚଇତନ
ମନ୍ଦିର ମୁଁ ତୁମ ତୁମେ ମୋ ଆରାଧ୍ୟ
ପ୍ରାରବ୍ଧ ପ୍ରଜ୍ଞାର ଜ୍ଞାନ।।
