STORYMIRROR

Satyabati Swain

Tragedy Classics

4  

Satyabati Swain

Tragedy Classics

ତାକୁ ଡାକନା କେହି

ତାକୁ ଡାକନା କେହି

1 min
10


ଶୋଇଛି ପୁଅ ଶାନ୍ତିରେ ଟିକେ

  ଉଠାଅ ନାହିଁ କେହି

ଦଉଡ଼ି ଦଉଡ଼ି ଜୀବନ ସାରା

  କ୍ଳାନ୍ତ ଯାଇଛି ହୋଇ।


ପିଲାଦିନେ ସେ କେତେ କାନ୍ଦିଲା

  କଣ୍ଢେଇ ଟିଏ ପାଇଁ

ଧୂଳିରେ କଲା ଭାତ ତରକାରୀ

   ଘର ମୁରବୀ ହୋଇ।


ଶୈଶବ ଧୂଳି ଛାଡି ସେ ଯେବେ

   ବିଦ୍ୟାଳୟ ଆସିଲା

ଭଲ ପଢି ଭଲ ନମ୍ବର ରଖିବା

  ନିଶା ତାକୁ ଘାରିଲା।


କୋଚିଂ କ୍ଳାସ ଗଲା ବ୍ୟାଗ ବୋଝ 

   ବୋହି ଏଠୁ ସେଠିକି

କଲେଜ ପଢି ନଲେଜ ନେଇ

   ଖୋଜିଲା ଚାକିରୀକି।


ଯଉବନ କଲା କୁତୁକୁତୁ

  ଇନ୍ଦ୍ର ଚନ୍ଦ୍ର ନ ମାନି

ବାଟ ଅବାଟ ନିଘା ନ କରି

  କଲା ସେ ମନମାନି।


ଚାକିରି କରି ହାତକୁ ଦି ହାତ

  ହୋଇ କଲା ସଂସାର

ପୁଅ ଝିଅ ମେଳେ ରହି ଖୁସି

   ଭୁଲିଗଲା ନିଜର।


ବହୁତ ଧନ କରିବ ବୋଲି ସେ

   ଦିନରାତି ଖଟିଲା

 ପିଲା ଭଲ ଖାଇବେ ପିନ୍ଧିବେ

   ନିଶାଟି କାବୁ କଲା।


ସକାଳ ମଧ୍ୟାହ୍ନ ଯାଇ ଅପରାହ୍ନ

   ଆସିଲା ବେଗିବେଗି

ଦଉଡା ଧିମେଇଁ ଗଲା ଟିକେ

   ହିସାବ ଦେଲା ଜଗି।


ପୁଅଝିଅ ନିଜ ଗୋଡ଼ରେ ଠିଆ 

   ହେବେ ଭାବିଲା ବସି

ଘର କଲା ଗାଡି କଲା ହେଲା

   ଟିକେ ବେଶୀ ଅୟସୀ।


ଅପରାହ୍ନ ଯାଇ ସଞ୍ଜ ଘଣ୍ଟା

  ବାଜିଲା ଟଙ୍ଗ୍ କରି

 ବହଳ ଅନ୍ଧାର ଆସିଲା ମାଡି

   ମନ ହୃଦୟ କୋରି।


ବାର୍ଦ୍ଧକ୍ୟ ଅବସ୍ଥା ଭାରି ହିନସ୍ତା

   ହେଜ ପଶିଲା ମନେ

ହିସାବ କଲା କି ପାଇଲି ହାରିଲି

   ଦଉଡ଼ି ଏ ଜୀବନେ।


ମୁକୁଳା ଆକାଶ ଛାତି ଖୋଜିଲା

   ମନ ହେଲା ଅଥୟ

ଆତ୍ମା ଲୋଡିଲା ବିଶ୍ରାମ ଟିକେ

   ତା ପାଦେ ରଖି ଲୟ।


ଆସିଲା ସେ ସୁଦିନ ପ୍ରାଣ ପକ୍ଷୀ

   ଶାନ୍ତିରେ ଗଲା ଶୋଇ

ଏତେ ଦିନେ ଶୋଇଛିରେ ପୁଅ

   ଡାକନା ତାକୁ କେହି।



Rate this content
Log in

Similar oriya poem from Tragedy