STORYMIRROR

Kishore Nayak

Children

4  

Kishore Nayak

Children

"ବରଷକେ ଥରେ ଆସିଛି ରଜ "

"ବରଷକେ ଥରେ ଆସିଛି ରଜ "

1 min
65

ଶିଶୁ ଓ କିଶୋର ମାନଙ୍କ ନିମନ୍ତେ କବିତା

"ବରଷକେ ଥରେ ଆସିଛି ରଜ"

ବରଷକେ ଥରେ ଆସିଛି ରଜ 

ଆସରେ କରିବା ରଜ ମଉଜ ll

ଆସ କୁନା ମୁନା ଖେଳିବା ଦୋଳି 

ରଜ ଗୀତ ଗାଇ ଭଳିକି ଭଳି ll

ସଜବାଜ ହୋଇ ଖାଇବା ପିଠା 

ରଜ ପୋଡ଼ ପିଠା ଆହାକି ମିଠା ll

ଆନନ୍ଦେ ଖେଳିବା ହୋଇଣ ଖୁସି 

ରାଗ ରୁଷା ଯାଉ ମାଟିରେ ମିଶି ll

ମାନ ଅଭିମାନ ମନରୁ ଭୁଲି 

ସାଙ୍ଗ ହୋଇ ଆସ ଯିବାରେ ବୁଲି ll

ଆମ ରାଇଜର ପଲ୍ଲୀ ପୁରେ 

ରଜ ଆସେ ବରଷକରେ ଥରେ ll

ଚାରି ଦିନ ଏଇ ରଜ ପରବ 

ଆମ ରାଇଜର ଅଟେ ଗରବ ll

ସଦଭାବନାର ପରବ ଏଇ 

ଆସେ ଭାଇଚାରା ମମତା ନେଇ ll

ପହିଲି ରଜକୁ ରଜ (ମିଥୁନ) ସଂକ୍ରାନ୍ତି 

ଭୂଦାହ, ବସୁମତୀ ସ୍ନାନ ଇତି ll

ରାଗ ହିଂସା ସବୁ କରାଏ ଦୂର 

ମନୁ କାଢିନିଏ ଆପଣା ପର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children