କାନ୍ଦୁଛି ଧରଣୀ ମାତା
କାନ୍ଦୁଛି ଧରଣୀ ମାତା


ସୁନ୍ଦର ଦିଶୁନି ଧରଣୀ
ନାହିଁ ଶସ୍ୟ ଶ୍ୟାମଳ ।
ଗୁମୁରି ଗୁମୁରି କାନ୍ଦୁଛି
ନାହିଁ ବାହୁରେ ବଳ ।।
ହଜିଛି ସେନେହ ସରାଗ
ପ୍ରେମ ଯାଇଛି ଦୂରେ ।
ଭକ୍ତି ଶ୍ରଦ୍ଧା ସାଥେ ଆଦର
କଥା କିଏ ପଚାରେ ।।
ବହୁଛି ଅଜଣା ଲୋତକ
ଏହି ବିଶ୍ଵ ନୟନୁ ।
କିଏ ବା ବୁଝିବ ଦରଜ
ଭୁଲି ପାରୁନି ମନୁ ।।
ବଦଳି ଯାଇଛି ସବୁ ଯେ
ନାହିଁ ପୂର୍ବ ଗାରିମା ।
ମନ ମାରି କିମ୍ପା ବସିଛି
ବୁଝି ପାରୁନ ଜମା ।।
କେତେଦିନ ଆଉ ସହିବ
ତୁମ ଅଳି ଅଝଟ ।
ଦିନୁ ଦିନୁ ତୁମ୍ଭେ କରୁଛ
ତାର ପ୍ରକୃତି ନଷ୍ଟ
।।
ପ୍ରକୃତି ଅଟଇ ସର୍ବଦା
ତାର ମୂଳ ଆଧାର ।
ଛଡ଼ଇ ନେଇଛ ତୁମେ ଯେ
ତାଠୁ ତା ଅଧିକାର ।।
ଭାବିନାହଁ କେବେ ତା କଥା
ତୁମେ ଭାବିବ କିଆଁ ।
ନିଜ ସ୍ୱାର୍ଥ କଥା ଚିନ୍ତନ୍ତି
ସ୍ୱାର୍ଥପର ଦୁନିଆ ।।
ଏବେବି ସମୟ ରହିଛି
ହୁଅ ଯେ ସଚେତନ ।
ହସିବ ଏ ଧରଣୀ ମାତା
କର ତାର ଯତନ ।।
ପୁରି ଉଠବ ଏ ଧରଣୀ
କେତେ ଶସ୍ୟ ବିଭବେ ।
ଆନନ୍ଦ ଲହରୀ ଖେଳିବ
ଲାଭ ପାଇବେ ସର୍ବେ ।।
ନିଜ ମତା ପରି ଯତନ
ନିଶ୍ଚେ ଆମେ କରିବା ।
ଅବହେଳା ଆମେ କରିଲେ
ତାର ଫଳ ଭୋଗିବା ।।