STORYMIRROR

PUSPALATA SAHOO

Children Stories Inspirational

4  

PUSPALATA SAHOO

Children Stories Inspirational

ଗୋପବନ୍ଧୁ

ଗୋପବନ୍ଧୁ

1 min
91

ତ୍ୟାଗ ଓ ସେବାର ଭାବମୂର୍ତ୍ତି ତୁମେ

ଆହେ ଉତ୍କଳର ମଣି

ତୁମ ଆଦରଶ ତୁମରି କର୍ତ୍ତବ୍ୟ

ଜଗତରେ ଶୁଭିଲାଣି।।

ସାକ୍ଷୀଗୋପାଳର ସୁଆଣ୍ଡୋ ଗ୍ରାମରେ

ଜନମିଲ ତୁମେ ବୀର

ତୁମ ଲାଗି ଆଜି ଧନ୍ୟ ଏ ଉତ୍କଳ

ଏ ମାଟିର ନାରୀ ନର।।

ପିତା ଦୈତାରୀ ମାତା ସ୍ୱର୍ଣ୍ଣମୟୀ

କରିଲ କୋଳ ମଣ୍ଡନ

ତାଙ୍କରି ଆଦର୍ଶେ ଉତ୍କଳ ଭୂଇଁ ରେ

ହୋଇଲ ଯୋଗ୍ୟ ସନ୍ତାନ।।

ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସ

ଶିଖାଇଲେ ସେବା କର୍ମ

ଆଦେଶେ ତାଙ୍କରି ରୋଗୀ ସେବା କରି

ଅରଜିଲ ଯେତେ ଧର୍ମ।।

ସମର୍ପିଲ ତୁମେ ନିଜ ଜୀବନକୁ

ଦୁଃଖୀ ଜନ ସେବା ପାଇଁ

ପୁତ୍ର ପରିବାର ବନ୍ଧୁ ପରିଜନ

ସବୁକୁ ଦେଲ ଦୂରେଇ।।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନେ

ଥିଲ ତୁମେ ଅଗ୍ରଗାମୀ

ଭାଷା ସାହିତ୍ୟର ଉନ୍ନତି ନିମନ୍ତେ

ସାଜିଲ ଆଗୁଆ କର୍ମୀ।।

ପଞ୍ଚସଖା କବି ନାମରେ ନାମିତ

ହୋଇଲା ତୁମରି ନାମ

ସତ୍ୟବାଦୀ ବନ ବିଦ୍ୟାଳୟ ସ୍ଥାପି

ଲଭିଲ ବହୁ ସୁନାମ।।

ଜନ୍ମ ମାଟି ପାଇଁ ନିଜ ଶରୀରକୁ

କରିଥିଲ ତୁମେ ଦାନ

ସ୍ୱରାଜ୍ୟ ଗାଡ଼କୁ ପୂର୍ଣ କରିବାକୁ

ଭାବୁ ତୁମ ବଳିଦାନ।।

ସତ୍ୟବାଦୀ ଆଉ ସମାଜ ଖବର

ତୁମ ପ୍ରତିଷ୍ଠାର ଫଳ

ଆଜି ଉଜ୍ଜୀବିତ ତୁମ ସ୍ମୃତି ସବୁ

କାହିଁ ଗଲା ସେହି କାଳ।।

ଶ୍ରଦ୍ଧା ସୁମନ ଦେଉ ପାଦ ତଳେ

ଆଜି ଶ୍ରାଦ୍ଧ ଦିବସରେ

ତବ ଆଦର୍ଶରେ ଜୀବନ ଆମରି

ଯାଉ ଏ ଧରା ପୃଷ୍ଠାରେ।।


Rate this content
Log in