STORYMIRROR

Santosh Kumar Nayak

Inspirational Others Children

4  

Santosh Kumar Nayak

Inspirational Others Children

ସାହସୀ ବାଳକ

ସାହସୀ ବାଳକ

1 min
58

ସାହସୀ ବାଳକ 


ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁରେ

ବାଜିରାଉତର ଘର,

ବିଦେଶୀ ସିପାହୀ ଗୁଳିମାଡ ଖାଇ

ସାଜିଲା ସହୀଦ ବୀର।


କୋମଳ ବାଳକ ନାଉରୀ ପିଲା ସେ

ଚଳାଏ ନଈରେ ନାଆ,

ଅନେକ ଲୋକଙ୍କୁ ନଈ ପାର କରେ

କାଳିଆ ତାହାରି ସାହା।


ଆହୁଲା ପକାଏ କାତ ମାରୁଥାଏ

ଗାଉଥାଏ ମିଠା ଗୀତ,

ନଦୀକୁ ବାହାରେ ଖାତର ନ କରି

ବରଷା ଖରା କି ଶୀତ।


ପିଲାଟିଏ ସିନା ବଡ ବୁଦ୍ଧି ତାର

ଜାଣିଥାଏ ବହୁ କଥା,

ଛୋଟିଆ ପଲ୍ଲୀରେ ଜନମ ହୋଇବି

ଶୁଣିଛି କରୁଣ ଗାଥା।


ପରାଧୀନ ଆମ ଭାରତ ମାଆକୁ

ଫିରିଙ୍ଗି ଦିଅଇ ପୀଡା,

ସେଥିପାଇଁ ସିଏ ଅଣ୍ଟା ଭିଡ଼ି ତାର

ହୋଇଯାଇଥିଲା ଛିଡା।


ଦିନକର କଥା ସିପାହୀ ଦଳଟେ

ଆସିଲେ କୁଆଡୁ ମାଡି,

ସିପାହୀ ସର୍ଦ୍ଦାର କହିଲେ ପିଲାରେ

ଆର କୂଳେ ଦେଏ ଛାଡି।


ବାଜିଆ କହିଲା ପ୍ରଜାମଣ୍ଡଳର

ହୁକୁମ ନାହିଁ ହେ ବାବୁ,

ନେଇ ପାରିବିନି ନଈ ପାର କରି

ଚାଲିଯାଅ ତୁମେ ସବୁ।


ସର୍ଦ୍ଦାର ଯାଚିଲା କେତେ ଟଙ୍କା ଲାଞ୍ଚ

ପୁଣି ଦେଖାଇଲା ଭୟ,

ଲଢୁ ନା ବାଳକ ଆମ ସହ ତୁହି

ହେବ ତୋର ପରାଜୟ।


ସାହସୀ ବାଳକ ବାଜିରାଉତ ସେ

ଏକ ଅଟେ ତାର ମନ,

ପାରି କରିବନି ବିଦେଶୀ ସଇନ

ଗଲେ ଯାଉ ଏ ଜୀବନ।


ହାରିଲା ବିଦେଶୀ ଧରିଲା ବନ୍ଧୁକ

ମାରିଲା ଧାତବ ଗୁଳି,

ଦେଶପ୍ରେମ ଜାତି ସ୍ୱାଭିମାନ ପାଇଁ

ବାଜି ଦେଲା ଆତ୍ମବଳୀ।


କ୍ଷଣକ ମଧ୍ୟରେ ନାଲିଆ ହୋଇଲା

ବ୍ରାହ୍ମଣୀ ନଈର ଜଳ,

ବାଜିଆ ଜୀବନ ଗଲା ହେଲେ, କଥା

ରହିଗଲା କାଳ କାଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational