କୋଟିରେ ଗୋଟିଏ ଫୁଲ
କୋଟିରେ ଗୋଟିଏ ଫୁଲ
1 min
27
ତୁଳାଠୁ ନରମ ଲତପତ ଦେହ
ଫୁଲ ଟିଏ ପରି ମୁହଁ,
ମୁକୁତା ଆଖିରେ ନୀରିହ ଚାହାଁଣି
ମଧୁର ହସର ଖିଅ।
ସବୁଠୁ ନିଆରା ସବୁଠୁ ସୁନ୍ଦର
ଈଶ୍ବରଙ୍କ କଳା କୃତି,
ଅଜଣା ହୋଇବି ତୋଠାରେ କାହିଁକି
ହୃଦୟ ଯାଉଛି ଲାଖି।
କାଚଠୁ ନିର୍ମଳ ରଶ୍ମିଠୁ ଉଜ୍ବଳ
ତୋହରି ଅନ୍ତର ତଳ,
ହିଂସା ଦ୍ବେଷ ଇର୍ଷା ଅହଂକାର ଆଦି
କରିନି ମନରେ ଘର ।
ପର ଆପଣାର ଭେଦଭାବ କଥା
ନାହିଁବିତ ତତେ ଜଣା,
ସେନେହଁ ଶରଧା ମମତାର ଯୋଗ୍ୟ
ସଭିଙ୍କ ମନରେ ଜିଣା ।
ସୁନ୍ଦର ସରଳ ସାବଲୀଳ ତନୁ
ମନଟି ଅମୂଲ ମୂଲ,
ତୋଠାରେ ଶରଧା ଈଶ୍ବରେ ଶରଧା
କୋଟିରେ ଗୋଟିଏ ଫୁଲ।
