STORYMIRROR

pranati Mahapatra

Children

4  

pranati Mahapatra

Children

ଉତ୍କଳମଣି ଗୋପବନ୍ଧୁ

ଉତ୍କଳମଣି ଗୋପବନ୍ଧୁ

1 min
307

ଉତ୍କଳମଣି ଗୋପବନ୍ଧୁ ଦାସ

💐💐💐💐💐💐💐💐


ଗୁଣ ଥିଲେ ରୂପରେ କି ଅଛି ପ୍ରୟୋଜନ

ରୂପ ଅଟଇ କେବଳ ବାହ୍ୟ ଆବରଣ।


କା'ପୁରୁଷ ପରି ମରିବା ଜଗତେ 

ନୁହେଁ ନର ପଉରୁଷ,

ପରହିତ ସାଧି ମରେ ଯେ ମହୀରେ

ସେହି ଏକା ସୁପୁରୁଷ।


(ଉତ୍କଳମଣି ଙ୍କ ରଚନାରୁ)


ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମ୧୮୭୭

ଅକ୍ଟୋବର ନ ଦିନ,

ପିତା ଦୈତାରୀ ମାତା ସ୍ଵର୍ଣ୍ଣମୟୀଙ୍କ

କରିଥିଲେ କୋଳମଣ୍ଡନ।


ପୁରୀ ଜିଲ୍ଲାସ୍କୁଲ ପ୍ରଥମୁ ଦଶମ

କରିଥିଲେ ଅଧ୍ୟୟନ,

ତା ପରେ କଟକ ରେଭେନ୍ସା ମହାବିଦ୍ୟାଳୟେ

କରିଥିଲେ ଅଧ୍ୟୟନ।


କର୍ତ୍ତବ୍ୟ ବୋଧିନୀ ସମିତି ଗଢି

ଭାଷା ପାଇଁ କଲେ ଆନ୍ଦୋଳନ

ପ୍ରତ୍ୟେକ ବ୍ୟକ୍ତି ଓ ଜାତି ପରିଚୟ

ଥିଲା ଯେ ତାଙ୍କ ଆହ୍ଵାନ।


କଲିକତାରେ ପ୍ରବାସୀ ଓଡ଼ିଆଙ୍କ

ଦୁଃଖେ ବ୍ୟଥିତ ହୋଇଣ,

ଓଡ଼ିଆ ଶ୍ରମିକସଂଘ, ସାନ୍ଧ୍ୟ ବିଦ୍ୟାଳୟ

ଥିଲା ତାଙ୍କର ଭିଆଣ।


ଦୁଇ ପୁତ୍ର ପତ୍ନୀ ଚାଲି ଯାଇଥିଲେ

ତଥାପି ନ ହୋଇ ବିଚଳିତ,

ନିଜ କର୍ମପଥେ ହୋଇ ଆଗୁସାର

ଦେଶ ପାଇଁ କର୍ମ କଲେ ତ।


ଛୁରିଆନାର ସତ୍ୟବାଦୀ ବନ ବିଦ୍ୟାଳୟ

ସାକ୍ଷୀଗୋପାଳର ବକୁଳବନ,

ଜାତୀୟ ସ୍ଵାଧୀନତା ଆନ୍ଦୋଳନରେ

ମୂଳଦୁଆ ଏହି ସ୍ଥାନ।


ସାପ୍ତାହିକ ସମାଜ୧୯୧୯ ଅକ୍ଟୋବର 

ଚାରି ଦଶହରାରେ,

ପ୍ରଥମରେ ସତ୍ୟବାଦୀ, ପରେ 

ପୁରୀ ଓ କଟକରେ।


ମଣିଷର ସ୍ନେହ ପ୍ରୀତି ସଦିଛା କାମନା

କଲେ ସମ୍ପାଦକୀୟ ରେ,

ନିର୍ଭୀକ ସମ୍ବାଦ ପ୍ରକାଶ କରି

ରହିଥିଲେ କାରାଗାରେ।


କାରା କବିତା, ବନ୍ଦୀର ଆତ୍ମକଥା

ଥିଲା ସୃଷ୍ଟି ସେ ସ୍ଥାନର

କାରାମୁକ୍ତି ପରେ ବିଶାଳ ସମ୍ବର୍ଦ୍ଧନା 

ପର୍ବ ଥିଲା କଟକରେ।


ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ରାୟ 

ଉତ୍କଳମଣି ସମ୍ବୋଧିଲେ,

ସେବା ତ୍ୟାଗ ଦରଦୀ ପ୍ରାଣ ପାଇଁ

ସର୍ବେ ସମର୍ଥନ କଲେ।


ଅବକାଶ, କାରାକବିତା,ବନ୍ଦୀର ଆତ୍ମକଥା

ଧର୍ମପଦ, ନଚିକେତା,ଗୋମାହାତ୍ମ୍ୟ,

ଓଡ଼ିଆର ଜାତୀୟତା।

ସାହିତ୍ୟ ସ୍ରଷ୍ଟା ସେ ଅମୁଲ୍ୟ ସୃଷ୍ଟି

ଭୁଲି ନ ପାରେ ଜନତା,

ଇଛା ପତ୍ର ଲେଖି ୧୯୨୮ରବିବାର

କରିଥିଲେ ଇହଲୀଳା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children