STORYMIRROR

Sagar Kumar Parida

Tragedy Children

4  

Sagar Kumar Parida

Tragedy Children

କୃଷକର ଗତି

କୃଷକର ଗତି

1 min
91

ଆଷାଢ଼ ପହିଲେ କୃଷକ ମାନେ

କ୍ଷେତର ପ୍ରସ୍ତୁତ କରି ଯତନେ ,

କ୍ଷେତରେ ବିହନ ଦିଅଇ ଛାଡି

ଆକାଶରୁ ବାରି ପଡଇ ଗଡି ।।


 ସବୁଜିମା ହୁଏ କ୍ଷେତଟି ତା'ର

ଦେଖିବାକୁ ଲାଗେ କି ମନୋହର,

ଗର୍ଭଣା ସଂକ୍ରାନ୍ତି ଚାଷି ଉଲ୍ଲାସ

ଦେଖି ଭରି ଯାଏ ତାହାର ଆଶ।।


'ନୂଆ ଖାଇ 'ଦିନ ଦେବାଦେବୀଙ୍କୁ

ଜୁହାର କରଇ ମାଟି ମାଆଙ୍କୁ,

 ପୌଷ ଆସିଲା ଅମଳ ବେଳ

ଘରେ ପିଲାପିଲି ହୋଇଣ ମେଳ ।।


ଫସଲ ଅମଳ ହୋଇଲା ଶେଷ

ବିକିଲା ବେଳରେ ହୁଏ ବେହୋଶ,

ସହି ଖରାତରା ବରଷ ଯାକ 

ମୂଲ ନ ମିଳଇ ବଢ଼ଇ ଶୋକ ।।


ଚାଷୀ ମୁଣ୍ଡେ ବୋଝ ଚଡକ ପଡେ

ଜହର ସାଥିରେ ମିତ୍ରତା କରେ ,

ସୁନାର ଫସଲ ଅଜାଡି ଦେଲା

ସୁନାର ସଂସାର ଉଜୁଡି ଗଲା।।

 

ଅନ୍ନଦାତା ହୋଇ ପ୍ରାଣ ହାରିଲା

ତା' କଥା କି ଆଉ କିଏ ବୁଝିଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy