STORYMIRROR

Akshayakumar Dash

Children

4  

Akshayakumar Dash

Children

ଘର

ଘର

1 min
84

ଏଇଟା ମୋଏ ପଢିବା ଘର

ରଖିଛି ଥାକରେ ବହିପତର

ଗାନ୍ଧୀ ଗୋପବନ୍ଧୁ ମାନଚିତର

ଫଟ ଦେଖ ଆମ ସୁବାସ ବୀର

ଆକେଁ ତୁଳି ଧରି ଥରକୁ ଥର

ପାର ବଣି କୁଆ ବାଘ ମୟୂର

ଦେଶ ବିଦେଶର ରଖେ ଖବର

ବହିପଢିବାକୁ ଥାଏ ଆଦର ।


ଏଇଟି ଆମର ରୋଷେଇ ଘର

ମାଆଙ୍କର ରନ୍ଧା ମୋର ଆଦର

ଗ୍ୟାସ ଚୂଲାକୁ ଚେମିନି ନଳ 

କାନ୍ଥରେ ଲଟକ ଆକୁଆ ଜଳ ।

ଡ଼ବାରେ ରହିଛି ଚାଉଳ ଅଟା

ଏଇ ଗ୍ରାଇଣ୍ଡର ହୁଅଇ ବଟା ।


ଫ୍ରିଜରେ ଅଛି ପରିବା ଫଳ

ଚାହିଁଲେପିଇବ ବରଫ ଜଳ।

ସଫାସୁତର,ଉପର ତଳ

ବୋତଳରେ ଅଛି ସୋରିଷ ତେଲ।

ଏଇଟି ଆମର ଠାକୁର ଘର

ଜଗନ୍ନାଥ ତାରିଣୀଙ୍କ ମନ୍ଦିର।

ବାପା ମନ୍ତ୍ରପଢି କରନ୍ତି ପୂଜା

ମାକଂରପୂଜା ଦଶ ଭୂଜା

କୁମ୍ଭରେ ଜଳ 

ଢାଳନ୍ତି ବୃନ୍ଦାବତୀକୁଁ ମୂଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Children