ଇଲିସି ଓ ବେଙ୍ଗୁଲି
ଇଲିସି ଓ ବେଙ୍ଗୁଲି


ପଚାରେ ଇଲିସି ହଇଲୋ , ବେଙ୍ଗୁଲି ଦେଖାନାଇଁ ତୋରଯାଇଥିଲୁ କି କୁଆଡେ ବୁଲି ।
କହିଲା ବେଙ୍ଗୁଲି ହସିହସିହଁ ଭାଇ ଇଲିସିଯାଇଥିଲି କ୍ଷେତ ଯୋଉଠି ଟିଡି ଦଳଙ୍କ ହୋଇଥିଲା ବାସକରୁଥିଲେ ପରା ମଣିଷ ଙ୍କ ଦାନା ନାଶ ।
ଶୁଖା ନଈରେ ନ ଥିଲା କିଛିମନ ମୁତାବକ ଖାଇଲି ପରା ସେଇଠି ବାଛି ବାଛିଥିଲା ଭାରି ସୁଆଦିଆ, ଲାଗିଲା ମନଟା ଭାରି ଖୁସିମନ ଖୁସିରେ କହିଲା ବେଙ୍ଗୁଳି ପେଟକୁ ଆଉଁସି
ପାଟିକୁ ମେଲାଇ, ଅନାଏ ଇଲିସି ଆଖି ବଡ଼ କରିମଣିଷ ।
ଜାତିଟା ଯେ ଭାରି ଅବିଶ୍ବାସୀ ଯିବୁ ଲୋ ବେଙ୍ଗୁଳି, ସେଇଠିକି ବୁଝି ବିଚାରିଆଜି ନଷ୍ଟ ହେଉଥିଲା କ୍ଷେତ ବୋଲି ଡାକିଦେଲେ ସେମାନେ ତସ୍ବାର୍ଥ ପରତା ର ସେମାନେ ଉଦାହରଣ ଏକ ।
ଆସିଥିଲା ମା'ହାତୀ ,ପିଲାକୁ ତାର ପେଟରେ ନେଇପାଇ ସପୁରୀ ହୋଇ ଖୁସି ଭାବିଲା ମଣିଷ ତାରି ଭାଇଦେଲା ପାଟିରେ ସୁଆଦିଆ ସପୁରୀ ଆଶାରେସପୁରୀ ଭିତରେ ବୋମା ପୁରାଇ,ଦେଲା ମଣିଷ ଟା'ବିଶ୍ୱାସରେ ।
ଢୋ" କିନା ଫାଟିଲା ବୋମା ଟାଫଡଫଡ ହୋଇ ଛିଣ୍ଡିଲା ଚମଡା ଟାସହି ନ ପାରି, ନଈ ଭିତରକୁ ଆସିଲା ଦଉଡିରୁମ୍ ରୁମ୍ ହୋଇ ଦେହ ହାତ ଗଲା ଜଳିପୋଡିବି କଳରେ ଛାଟିପିଟି ହୋଇ ବୋବାଇଲାମା'ଛୁଆ ଦିହିଙ୍କ ପ୍ରାଣ ଯେ ଗଲା ।
ଏଭଳି କାଣ୍ଡ କରୁଥାଏ,ନିଜକଥା ଖାଲି ଭାବୁଥାଏଦରଜ ତାଙ୍କର ନ ପାରନ୍ତି ସହି ଇଶ୍ୱରପଠାଇ କରୋନା ଭୁତାଣୁ କରୁଛନ୍ତି ନାଶ ମଣିଷ ଜାତିରବଡ଼ ସ୍ୱାର୍ଥପର ଏ ଜାତି ଲୋ,ନୁହଁନ୍ତି କେହି କାହାର,
ଶୁଣି ବେଙ୍ଗୁଲି ଭୟପାଇପଶିଲା ନଈ ଜଳରେ ଯାଇଇଲିସି ବି ବୁଡମାରି ଗହୀରି ଜଳକୁପଶିଲା ଲମ୍ବା ନିଶ୍ୱାସ ତେ ନେଇ ।