STORYMIRROR

Priyaranjan Biswal

Abstract Classics Children

4  

Priyaranjan Biswal

Abstract Classics Children

ବାପା

ବାପା

1 min
58


ସଂସାରରେ ସବୁ କରନ୍ତି କେବଳ

ମାଆର ଗୁଣକୁ ଗାନ।

ବାପା ବୋଲି ଯେଉଁ ଦୁଇଟି ଅକ୍ଷର

ତା'ପରେ ନଥାଏ ଧ୍ଯାନ।।


ବାପାଯେ ଅଟନ୍ତି ବାୟୁ, ପାଣି ଭଳି

ପ୍ରଶାନ୍ତ କେବେ ପ୍ରଳୟ।

ନାରିକେଳ ଭଳି ଅଟନ୍ତି ଯେ ବାପା

ଅତି କୋମଳ ହୃଦୟ।।


ମାଆ ତ୍ଯାଗ ପାଇଁ ବିଶ୍ୱରେ ବନ୍ଦିତା

ପ୍ରସଂଶା ହୁଅଇ ଗଦା।

ବାପାବି କରନ୍ତି ପରିବାର ଚିନ୍ତା

ବାହାରେ ରହିଣ ସଦା।।


ସନ୍ତାନର ସୁଖ ଓ ସୁବିଧା ପାଇଁ

ସର୍ବଦା ପ୍ରୟାସ ରତ।

ନିଜ ସୁଖ ସପନ ମନରୁ ଭୁଲି

ଚଲାନ୍ତି ସଂସାର ରଥ।।


ସନ୍ତାନର ଗଢିବାକୁ ଭବିଷ୍ଯତ

ସେ ଥା'ନ୍ତି ସଦା ଚିନ୍ତିତ।

ଦେଖାନ୍ତିନି କେବେ ଉପରକୁ ସିଏ

ପ୍ରେମପୂର୍ଣ୍ଣ ତାଙ୍କ ଚିତ୍ତ।।


ବାପା କେବେ ଗୁଋ କେବେ ପୁଣି ବନ୍ଧୁ

ଅଟନ୍ତି ସ୍ନେହର ସିନ୍ଧୁ।

ସ୍ନେହରେ ତାଙ୍କର ଥାଏ ପବିତ୍ରତା

ହୃଦେ ନଥାଏ ଅଳନ୍ଧୁ।।


ଛୁଇଁ ପାରିବନି କୌଣସି ବଇରି

ପାଖରେ ଥିଲେ ପ୍ରିୟର।

ନିର୍ଭୟର ସହ ଆଗକୁ ବଢିବ

ଜଳକା ହେବ ସଂସାର।।


ନିଜ ଦେହ ରୁଧିରକୁ କରି ପାଣି

ସୁଖ ଦିଅନ୍ତି ସେ ଆଣି।

କେମିତି ପାରିବି କବିତାରେ ତାଙ୍କ 

ମହାନତା ମୁଁ ବଖାଣି।।


ଚିର ନମସ୍ଯ ସେ ଜୀବନ୍ତ ଠାକୁର

ପ୍ରଣତି ତାଙ୍କ ପୟରେ।

ପ୍ରଭୁ ପାଦ ତଳେ ଏତିକି ପ୍ରାର୍ଥନା

ରଖନ୍ତୁ ତାଙ୍କୁ ଖୁସିରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract