STORYMIRROR

Santosh Kumar Nayak

Children Stories Inspirational Children

4  

Santosh Kumar Nayak

Children Stories Inspirational Children

ଗାନ୍ଧୀଙ୍କ ଜୀବନରୁ ପଦେ

ଗାନ୍ଧୀଙ୍କ ଜୀବନରୁ ପଦେ

1 min
22

ତୁମ ପରି ଛୋଟ ପିଲାଟିଏ

ଅନ୍ଧାରକୁ ଭାରି ଡରୁଥାଏ

ଆଲୁଅ ଲିଭିଲେ,

ଅନ୍ଧାର ହୋଇଲେ

'ଭୂତ' ବୋଲି ପାଟି କରୁଥାଏ ।


ଦିନେ ସେଇ ପିଲା ଘରେ ଥିଲା

ହଠାତ୍ ଆଲୁଅ ଲିଭିଗଲା

ଚମକି ପଡ଼ିଲା

ଛାତି ଥରିଗଲା

ମାଆ ଲୋ ମାଆ ଲୋ ଡାକ ଦେଲା।


ରାମ୍ଭା ତାଙ୍କ ଘର ଚାକରାଣୀ

ପିଲାର ଚିତ୍କାର କାନେ ଶୁଣି

ଆସିଣ ପଚାରେ

କି ହେଲା ବାବୁରେ !

କାହିଁ କଲୁ ଏଡେ ପାଟି ପୁଣି?


ପିଲାଟି କହିଲା ଡରିଡରି

ଭୂତ ଆସୁଥିଲା ଥିରି ଥିରି

ଭୂତ କୁ ଦେଖିଣ

ଶଙ୍କିଗଲା ମନ

ତେଣୁ ମୁଁ ଡାକିଲି ପାଟିକରି।


ରାମ୍ଭା ବୁଝେଇଲା ଶୁଣ ବାପ

ସଦାବେଳେ ରାମନାମ ଜପ

ଅନ୍ଧାର ସଂଶୟ

ଭୂତପ୍ରେତ ଭୟ

ଦୂର ହେଇଯିବ ସର୍ବ ପାପ।


ସେଦିନୁ ପିଲାଟି ପଣ କଲା

ରାମ ନାମ ଖାଲି ଜପି ଗଲା

ଧିରେ ଧିରେ ତାର

ଭୟ ହେଲା ଦୂର

ନିର୍ଭୀକ ବାଳକ ହୋଇଗଲା।


ସେଇ ପିଲା ଦିନେ ବଡ ହେଲା

ଅହିଂସା ବଳରେ ଯୁଦ୍ଧ କଲା

ରାମ ନାମ ତୁଣ୍ଡେ

ଧରି ବାଡ଼ି ଖଣ୍ଡେ

ବିଦେଶୀଙ୍କୁ ଦେଶୁ ତଡ଼ିଦେଲା।


ବାପୁ ଗାନ୍ଧୀ ଆଦି କେତେ ନାମେ

ପରିଚିତ ସିଏ ଧରାଧାମେ

ତାଙ୍କ ଆଦର୍ଶରେ

ତାଙ୍କରି ବାଟରେ

ଚାଲିବାରେ ସବୁ ପିଲା ଆମେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍