STORYMIRROR

Dharitri Das

Children

4  

Dharitri Das

Children

ଗୁରୁଙ୍କ ଉପହାର

ଗୁରୁଙ୍କ ଉପହାର

1 min
266

ଭୁଲିବିନି କେବେ ତ ସେହି ଗୁରୁଙ୍କୁ

ମୂଲ୍ୟବାନ ଉପହାର କରି ଯିଏ

ଆଣିଥିଲେ ମୋତେ ଏହି ସଂସାରକୁ

ଯା ମୁଖ ଦେଖି ଶିଖିଲି କହି କଥା

ତା କଥା କି କରି ପାରିବି ଅନ୍ୟଥା।


ଭୁଲିବିନି କେବେ ତ ସେହି ଗୁରୁଙ୍କୁ

ମୂଲ୍ୟବାନ ଉପଦେଶ ଦେଇ ଯିଏ

ପାଳିଥିଲା ମୁଖେ ଦେଇ ଆହାରକୁ

ପାଇଥିଲି ଆଦର ଯତ୍ନ ଯାହାଠୁ

ଚାଲିଗଲେ ଛାଡ଼ିକରି ସେ କେବେଠୁ।


ଭୁଲିବିନି କେବେ ମୋ ଶିକ୍ଷା ଗୁରୁଙ୍କୁ

ମୂଲ୍ୟବାନ ଶିକ୍ଷା ଦାନେ କଲେ ଯିଏ

ସାର୍ଥକ ଏ ହିନୀମାନି ଜୀବନକୁ

ପାଳୁଥିବି ସଦା ତାଙ୍କ ଉପଦେଶ

ଯିବାଯାଏ ମୋହର ଶେଷ ନିଃଶ୍ୱାସ।


ଭୁଲିବିନି କେବେ ମୋ ଦୀକ୍ଷା ଗୁରୁଙ୍କୁ

ଦୀକ୍ଷା ଦାନେ ସାର୍ଥକତା ଆଣି ଯିଏ

ଜୀବନରେ ବୁଝାଇ ମୋତେ ଧର୍ମକୁ

ତାଙ୍କ ପାଇଁ ଚିହ୍ନି ମୁହିଁ ଈଶ୍ୱରଙ୍କୁ

ପଦାରବିନ୍ଦେ ଅରପିଲି ନିଜକୁ।


ଭୁଲିବିନି ଥିବା ଯାଏ ପ୍ରାଣ ମୋର

ମାତାଗୁରୁ ପିତାଗୁରୁ ଶିକ୍ଷାଗୁରୁ

ଦୀକ୍ଷାଗୁରୁ ଯେତେସବୁ ଗୁରୁ ମୋର

କରୁଅଛି ପ୍ରଣିପାତ ଘେନ ବାରେ

ଆଜ ଏ ପବିତ୍ର ଗୁରୁ ଦିବସରେ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children