STORYMIRROR

DILIP KUMAR SAHOO

Children

4  

DILIP KUMAR SAHOO

Children

ତୋପରି କିଏସେ କାହିଁ ?

ତୋପରି କିଏସେ କାହିଁ ?

1 min
211


ଜହ୍ନମାମୁଁକୁ ତୁ  ହାତ ଠାରି ଡାକୁ

   ମୋ ସାଥେ ଖେଳିବା ପାଇଁ

ଶୋଇଦେଉ ମୋତେ ନରମ ଶେଜରେ

   ମନ ଛୁଆଁ ଗୀତ ଗାଇ

    ବୋଉ ମୋ ବୋଉ

ଏତେ ଆପଣାର ଏତେ ମୋ ନିଜର

    ତୋ ପରି କିଏ ସେ କାହିଁ ?


ଆଉଁସି ଦେଲେ ତୁ  ଅପସରି ଯାଏ

     ଜୀବନର ସବୁ ଦୁଖ

କୋଳରେ ତୋହର ମୁଣ୍ଡ ଗୁଞ୍ଜିଦେଲେ

      ମିଳଇ ସରଗ ସୁଖ

କେତେ ଯେ ଯାତନା  ସହିଛୁ ମୋ ପାଇଁ

      ହିସାବ ରଖିନି କେହି

     ବୋଉ ମୋ ବୋଉ

ସ୍ନେହ ମମତାର ପାରାବାର ତୁଯେ

      ମୋ ପାଇଁ ଶରଧା ନଈ .

      ତୋପରି କିଏସେ କାହିଁ ?


କହିବାକୁ ମୋତେ ଶିଖାଇଛୁ କଥା

   ଶିଖାଇଛୁ କେତେ "ବୋଲି"

ତୋ ଲାଗି ଆଜି ମୁଁ ଦୁରୁଗମ ପଥେ

    ସଳଖି ପାରୁଛି ଚାଲି

ମୋ ବୁକୁର କୋହ ମୋ ଆଖିର ଲୁହ

  ତୁ ଜମା ପାରୁନା ସହି

  ବୋଉ ମୋ ବୋଉ

   ଆଶିଷରେ ତୋର ଅମାରାତି ମୋର

     ନିମିଷକେ ଯାଏ ପାହି  

    ତୋପରି କିଏସେ କାହିଁ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children