STORYMIRROR

Sachidananda Kar

Children

3  

Sachidananda Kar

Children

ଜୀବନ ମଧୁର ବାସୁ

ଜୀବନ ମଧୁର ବାସୁ

1 min
259


     ବସନ୍ତ ଆସିଲା ରଙ୍ଗ ଚହଟିଲା

            ଦେଖ ଦେଖ ମିତ ହେଇ

     ବରଷକ ପରେ ଆସିଛି ସିଏ ତ

            କେତେ ନୂଆ ରଙ୍ଗ ନେଇ ।।


     ଆସ ବନ୍ଧୁ ଆସ ରଙ୍ଗର ପସରା

            ବେଗେ ତାହାଠାରୁ ନେବା

     ଭେଦଭାବ ଭୁଲି ହସରେ ଖୁସିରେ

               ମିଳିମିଶି ବୋଳିହେବା ।।


     ଠାଆ ଠାଆ ଏବେ ମେଳନ ବସୁଛି

                ସବୁଠି ରଙ୍ଗର ହାଟ

     ବିମାନରେ ବସି ରଙ୍ଗିଆ ଠାକୁର

                କରୁଛନ୍ତି ରଙ୍ଗେ ନାଟ ।।


     ତାଙ୍କ ସାଥେ ମିଶି ଅବିର ଖେଳିବା

                 ମାନ ଅଭିମାନ ଭୁଲି

     ରଙ୍ଗ ମରାମରି ମଉକାରେ ଥରେ

                ମେଳନ ଆସିବା ବୁଲି ।।


     ଧରଣୀରେ ଏବେ ସରଗର ଶୋଭା

                ଫଗୁଣ ଦେଇଛି ଆଣି

     ନାନା ଜାତି ରଙ୍ଗେ କେତେ ଯେ ସୁନ୍ଦର

                 ଦିଶୁଛି ଧରଣୀ ରାଣୀ ।।


     ତାହା ପରି ଯେବେ ଜୀବନକୁ ଆମେ

              ନାନା ରଙ୍ଗେ ଦେବା ଭରି

     ଜୀବନଟା ଆମ ସୁନ୍ଦର ଦିଶିବ

                କେତେ ସୁଖ ଶାନ୍ତି ଧରି ।।


     ରଙ୍ଗର ଫଗୁଣ ଜୀବନେ ଆମରି

                 ସବୁ ବରଷରେ ଆସୁ

     ଆସି ଜୀବନକୁ ରଙ୍ଗୀନ କରୁ ସେ

                  ଜୀବନ ମଧୁର ବାସୁ ।।

                                  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children